ଚାଲିଛି ମାଟ୍ରିକ୍ ମୂଲ୍ୟାୟନ

ବହୁ ବାଦ ବିବାଦ ପରେ ମାଟ୍ରିକ୍ ମୂଲ୍ୟାୟନ ପଦ୍ଧତି ଘୋଷଣା କରିଥିଲେ ରାଜ୍ୟ ସରକାର । ମାତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଯେଉଁ ମୂଲ୍ୟାୟନ ପଦ୍ଧତି ଘୋଷଣା ହୋଇଛି ସେଥିରେ ପିଲାମାନଙ୍କ ଭବିଞେତ ସହିତ ଅନ୍ୟାୟ କରାଯାଇଛି ଓ ମେଧାବୀ ପିଲାମାନେ ଏହି ପଦ୍ଧତି ଦ୍ୱାରା ମୂଲ୍ୟାୟନ କରାଗଲେ ପ୍ରଭାବିତ ହେବେ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବାରମ୍ବାର ସରକାରଙ୍କ ପାଖରେ ଅଭିଯୋଗ କରାଯାଇଛି ମାତ୍ର ରାଜ୍ୟ ସରକାର ସୋମନଙ୍କ ପ୍ରସ୍ତାବକୁ ଗ୍ରହଣ ନକରି ମାଟ୍ରିକ୍ ମୂଲ୍ୟାୟନ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ମୂଲ୍ୟାୟନ ପଦ୍ଧତି ଅନୁଯାଇ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ଗୁଡିକର ମାର୍କ ଆଧାରରେ ପିଲାମାନଙ୍କ ମାର୍କିଂ କରାଯିବ । ମାତ୍ର ନବମ ଓ ଦଶମ ଶ୍ରେଣୀ ମାର୍କରେ ଅନେକ ଫରକ୍ ରହିଥିବା ସବୁ ସମୟରେ ଦେଖାଯାଇ ଆସିଛି । ପିଲାମାନେ ସାଧାରଣ ଭାବରେ ନବମ ଠାରୁ ଆରମ୍ଭ କରି ଦଶମ ର ପାଠ ପଢି ବୋର୍ଡ ପରୀକ୍ଷା ଦେଇଥାନ୍ତି ଓ ସେହି ଅନୂଯାଇ ମାର୍କ ରଖିଥାନ୍ତି ମାତ୍ର ଏବେ ରାଜ୍ୟ ସରକାରଙ୍କ ଏହି ମୂଲ୍ୟାୟନ ପଦ୍ଧତିରେ ସ୍ୱଚ୍ଛତା ରହିବ ନାହିଁ ବୋଲି ଓଷ୍ଟା ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟ ସରକାରଙ୍କୁ ଓଷ୍ଟା ପକ୍ଷରୁ ଅଦେନକ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି ମାତ୍ର ରାଜ୍ୟ ସରକାର ଏସବୁ ପ୍ରସ୍ତାବ କୁ ଗ୍ରହଣ କରୁନାହାନ୍ତି । ରାଜ୍ୟ ସରକାର ନବମ ଶ୍ରେଣୀର ମାର୍କ ଆଧାରରେ ଦଶମ ଶ୍ରେଣୀର ମୂଲ୍ୟାୟନ ବ୍ୟବସ୍ଥାକୁ ଗ୍ରହଣ କରିବା ଠିକ୍ ହେବ ନାହିଁ । ନବମ ଶ୍ରେଣୀରେ ରଖିଥିବା ମାର୍କରୁ ୪୦% ବଦଳରେ ୨୦% ଭାବେ ନିଆଯାଇପାରେ । ଫଳରେ ମେଧାବୀ ଛାତ୍ରଛାତ୍ରୀ ଅଧିକ କ୍ଷତିଗ୍ରସ୍ତ ହେବେ ନାହିଁ ବୋଲି ଓଷ୍ଟା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କରୋନା ସମୟରେ ଅଧିକାଂଶ ସମୟ ପିଲାମାନେ ଅନଲାଇନରେ ପାଠ ପଢିଛନ୍ତି ଆଉ ଏବେ ପରୀକ୍ଷା ସମୟରେ ପରୀକ୍ଷାକୁ ବାତିଲ କରି ରାଜ୍ୟ ସରକାର କିଭଳି ଭାବରେ ମୂଲ୍ୟାୟନ କରିବେ ଓ ପିଲାମାନଙ୍କୁ ସନ୍ତୁଷ୍ଟ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.