ଭଦ୍ରକରେ ଲୋକେ ମାନୁନାହାନ୍ତି କରୋନା କଟକଣା

ଭଦ୍ରକ ଜିଲ୍ଲାର ବାସୁଦେବପୁରର ତହସିଲଦାର ସ୍ଥାନୀୟ ଅଞ୍ଚଳରେ କୋଭିଡ ଗାଇଡଲାଇନର ଉଲ୍ଲଂଘନ କରୁଥିବା ସ୍ଥାନରେ ପହଞ୍ଚି ଲୋକଙ୍କୁ ବୁଝାଇବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ଲକଡାଉନ ସମୟରେ ଦୋକାନ ଖୋଲିବା ସମ୍ପର୍କରେ ସୂଚନା ପାଇବା ପରେ ତହସିଲଦାର ସୋମ୍ୟଶ୍ରୀ ପାଣିଗ୍ରାହୀ ସ୍ଥାନୀୟ ପୋଲିସ ସହ ପହଞ୍ଚି ବାରଣ କରିବାକୁ ଲୋକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । କିଛି ଗ୍ରାମବାସୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ସହ ଥିବା ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମାଡ ମାରିଛନ୍ତି । ପରେ ତହସିଲଦାର ସୌମ୍ୟା ପାଣିଗ୍ରାହୀ ବାସୁଦେବପୁର ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.