ପ୍ରଦର୍ଶନସ୍ଥଳୀ ମେ ଶେଷ ଯାଏଁ ରହିବ ବନ୍ଦ

କରୋନା ସଂକ୍ରମଣ ବଢୁଥିବାରୁ ତାଜମହଲ, କୁତବମିନାର ଅନ୍ୟ ପ୍ରଦର୍ଶନସ୍ଥଳୀକୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ ମେ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ସୂଚନାଯୋଗ୍ୟ ଯେ, ସମସ୍ତ ସ୍ମାରକୀ ମେ ୧୫ ରେ ଖୋଲିବାକୁ ଥିଲା, କିନ୍ତୁ କରୋନା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ ଦ୍ବାରା ଜାରି କରାଯାଇଥିବା ନୂତନ ଆଦେଶରେ ଦର୍ଶାଯାଇଛି ଯେ, ସମସ୍ତ ସ୍ମାରକୀ, ସ୍ଥାନ ଏବଂ କେନ୍ଦ୍ରର ସଂରକ୍ଷଣ ୧୫ ଏପ୍ରିଲ ୨୦୨୧ ଆଦେଶ ଅନୁଯାୟୀ ବନ୍ଦ ହୋଇଯାଇଥିଲା । ମହାମାରୀର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ୩୧ ମଇ ୨୦୨୧ ପର‌୍ୟ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର‌୍ୟ୍ୟନ୍ତ ବନ୍ଦ ରହିବ। ତେବେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ଏହି ସ୍ମାରକଗୁଡିକ ବର୍ତ୍ତମାନ ୧୫ ମଇ ପର‌୍ୟ୍ୟନ୍ତ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିଲା। ଏଥିମଧ୍ୟରେ ୩୬୯୩ ସ୍ମାରକୀ ଏବଂ ୫୦ ଟି ସଂଗ୍ରହାଳୟ ଅନ୍ତର୍ଭୁକ୍ତ। ଗତବର୍ଷ ମଧ୍ୟ କରୋନା ମହାମାରୀ ହେତୁ ୧୭ ମାର୍ଚ୍ଚରେ ୧୮୮ ଦିନ ପାଇଁ ସମସ୍ତ ଏଏସଆଇ ତଦାରଖ ସ୍ମାରକୀ ବନ୍ଦ ରହିଥିଲା। ପରେ ସମସ୍ତ ସର୍ତ୍ତ ସହିତ ସ୍ମାରକୀ ଖୋଲାଯାଇଥିଲା। ଅନଲାଇନରେ ଟିକେଟ୍ ବିକ୍ରିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। କିଛି ମାସ ମଧ୍ୟରେ ପର୍ଯ୍ୟଟକମାନେ ସଠିକ୍ ଭାବରେ ଆସିବାକୁ ସକ୍ଷମ ହୋଇଥିଲେ। ପରେ ଏପ୍ରିଲ ୧୫ରେ, ଯେତେବେଳେ ଦ୍ୱିତୀୟ ତରଙ୍ଗ ପ୍ରଭାବକୁ ଦେଖି ମେ ୧୫ ଯାଏଁ ବନ୍ଦ ଘୋଷଣା ହୋଇଥିଲା ।

Leave A Reply

Your email address will not be published.