ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ଜଣେ ବ୍ଲକ କର୍ମଚାରୀଙ୍କୁ ଘରୁ ଡାକି ମରଣାନ୍ତକ ଆକ୍ରମଣ ହୋଇଛି  ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ । ଗତକାଲି ରାତି ପ୍ରାୟ ୩ଟା ସମୟରେ ୫ରୁ ୭ଜଣ ଦୁର୍ବୁତ୍ତ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଉଠାଇ ଘରୁ ବାହାରକୁ ଡାକିଥିଲେ ।  ଦୁର୍ବୁତ୍ତମାନେ ପ୍ରଥମେ ଘର କବାଟ ବାଡେଇଥିଲେ ଏବଂ ତାଙ୍କୁ ବିଡିଓ ଡାକୁଛନ୍ତି ଚାଲ ବୋଲି କହିଥିଲେ । ହେଲେ ମନରେ ସନ୍ଦେହ ହେବାରୁ ରଶ୍ମି ରଞ୍ଜନ ଯିବାକୁ ବାରଣ କରିଥିଲେ ।  ତେବେ କବାଟ ଖୋଲା ଥିବାରୁ ପରେ ଦୁର୍ବୁତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।ଅତର୍କିତ ଭାବେ ଆକ୍ରମଣ କରିବାରୁ ସାହାଯ୍ୟ ପାଇଁ ଜୋର ଜୋରରେ ଡାକ ପକାଇଥିଲେ ରଶ୍ମି ରଞ୍ଜନ । ଆଉ ଚିତ୍କାର ଶୁଣି ଗ୍ରାମବାସୀ ଏକାଠି ହେବାରୁ ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ରଶ୍ମି ରଞ୍ଜନଙ୍କୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ତାଙ୍କ ସ୍ତ୍ରୀ ଏନେଇ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.