ବିଶ୍ୱ ବଜାରରୁ ଟୀକା କିଣିବା ପାଇଁ ୧୦ ରାଜ୍ୟ ଚଳାଇଛନ୍ତି ପ୍ରସ୍ତୁତି

ଏବେ ପୁରା ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଜାରି ରହିଛି । ୧୮ ରୁ ୪୪ ବର୍ଷ ବୟସ୍କୁ ଟୀକା ଯୋଗାଇବା ଏବେ ସୁବଠାରୁ ବଡ଼ ଚ୍ୟାଲେଞ୍ଜି ପରିସ୍ଥିତି ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଓଡ଼ିଶା ଭଳି ୧୦ ରାଜ୍ୟରେ ବିଶ୍ୱ ବଜାରରୁ ଟୀକା କିଣିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ବିଶ୍ୱ ବଜାରରୁ ଟୀକା କିଣି ଏହି ରାଜ୍ୟ ଗୁଡିକ ନିଜ ରାଜ୍ୟରେ ଟୀକାକରଣକୁ ଅଧିକ ତ୍ୱରାନିତ୍ୱ କରିବାକୁ ଚେଷ୍ଟା ଚଳାଇଛନ୍ତି । ଓଡ଼ିଶା ସରକାର ଦୁଇ ଦିନ ତଳେ ଗ୍ଲୋବାଲ ଟେଣ୍ଡର ଜାରି କରି ରାଜ୍ୟରେ ଟୀକାର ଅଭାବକୁ ଦୂର କରିବେ ବୋଲି ଘୋଷଣା କରିଥିଲେ । ଏହି ସମୟରେ ଓଡ଼ିଶା ସହିତ ମହାରାଷ୍ଟ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଭଳି ରାଜ୍ୟ ମଧ୍ୟ ବିଶ୍ୱ ବଜାରରୁ ଟୀକା କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଘୋଷଣା କରିଥିଲେ ।  ଏହାପରେ ପୁଣି ବର୍ତମାନ କର୍ଣ୍ଣାଟକ, ଉତ୍ତରାଖଣ୍ଡ, ତେଲେଙ୍ଗାନା ଭଳି ରାଜ୍ୟ ମଧ୍ୟ ବିଶ୍ୱ ବଜାରରୁ ଟୀକା କିଣିବା ପାଇଁ ନିଷ୍ପତି ନେଇଛନ୍ତି । ବିଭିନ୍ନ ରାଜ୍ୟ ଟିକା ନିର୍ମାତାଙ୍କ ଠାରୁ ପର୍ଯ୍ୟାପ୍ତ ଟିକା କିଣିବା ପାଇଁ ଆଦେଶ ଦେଇସାରିଛନ୍ତି । ତେଣୁ ରାଜ୍ୟଗୁଡ଼ିକ ଏବେ ଅନ୍ତର୍ଜାତୀୟ ବଜାରରେ ଟିକା ନିର୍ମାତାଙ୍କ ଠାରୁ ଟିକା କିଣିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା କେତେ ଫଳପ୍ରଦ ହେବ ସେ ନେଇ କିଛି ସ୍ପଷ୍ଟତା ନାହିଁ । ଏଥିସହିତ ରାଜ୍ୟଗୁଡ଼ିକ ଟିକା ଆମଦାନି କରିବା କ୍ଷେତ୍ରରେ ଆଉ ଏକ ବଡ଼ ପ୍ରତିବନ୍ଧକ ମଧ୍ୟ ରହିଛି । ତାହା ହେଉଛି ଭାରତର ଔଷଧ ନିୟାମକ ପ୍ରଥମେ ଏସବୁ ଟିକା ଆମଦାନି ପାଇଁ ଅନୁମତି ଦେବା ଆବଶ୍ୟକ । ତେବେ ବର୍ତ୍ତମାନ ସୁଦ୍ଧା ଭାରତର ଔଷଧ ନିୟାମକ ଡିସିଜିଆଇ ସିରମ ଇନଷ୍ଟିଚ୍ୟୁଟର କୋଭିସିଲଡ, ଭାରତ ବାୟାଟେକର କୋଭାକ୍ସିନ ଏବଂ ରୁଷ ଟିକା ସ୍ପୁଟନିକ୍‌-ଭି ଭଳି ମାତ୍ର ୩ଟି ଟିକାର ବ୍ୟବହାର ପାଇଁ ଅନୁମତି ଦେଇଛି ।

Leave A Reply

Your email address will not be published.