ଭୁବନେଶ୍ୱର : ବଢ଼ିଲା ଭତ୍ତା ଟଙ୍କା । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ିଲା । ଏଣିକି ଏମାନଙ୍କୁ ମିଳିବ ୩,୫୦୦ ଟଙ୍କା ଭତ୍ତା । ଜୁନ୍ ସୁଦ୍ଧା ୮୦ବର୍ଷ ହୋଇଥିଲେ ବି ମିଳିବ ବର୍ଦ୍ଧିତ ଟଙ୍କା । ଆସନ୍ତା ଜୁନ୍ ମାସରୁ ହିତାଧିକାରୀଙ୍କୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ମିଳିବ । ବର୍ଦ୍ଧିତ ଭତ୍ତା ନେଇ DSSOsଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ସରକାରର ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ଦ୍ବାରା ରାଜ୍ୟର ୪ ଲକ୍ଷ ୧୭ ହଜାର ୪୯୬ଜଣ ହିତାଧିକାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
