୩ ହଜାର ଲିଟର ଦେଶୀ ମଦ ଜବତ୍ କଲା ପୋଲିସ୍‌

 ରାଜ୍ୟରେ ଚୋର ବଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲକ୍‌ଡାଉନ୍ ସମୟରେ ବି ମଉକା ଛାଡୁ ନାହାନ୍ତି ମଦ ବେପାରୀ । ଲକ୍‌ଡାଉନ୍ ସମୟରେ ବି ଚାଲାଣ ହେଉଥିଲା ଦେଶୀ ମଦ ।  ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ପୋଲ ନିକଟରେ ଅବକାରୀ ବିଭାଗ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣ ଦେଶୀ ମଦ ଜବତ୍ କରିଛି । ଏହି ସ୍‌ତାନରେ ଅନେକ ସମୟରେ ଦେଶୀ ମଦ ଚୋରା ଚାଲାଣ କରାଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରି ପ୍ରାୟ ୩ ହଜାର ଲିଟରର ଦେଶୀ ମଦ ଜବତ୍ କରିଛି । ଏହି ଘଟଣାରେ ଅବକାରୀ ବିଭାଗ ଦ୍ୱାରା ଜଣେ ଦେଶୀ ମଦ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

Leave A Reply

Your email address will not be published.