
ତାଳଚେର : ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ । ଏହି ହତ୍ୟା ମାମଲାରେ ୧୯ଜଣ ସାକ୍ଷ୍ୟପ୍ରମାଣକୁ ବିଚାରକରି ଆଜି ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା କରାଯାଇଛି । ସୂଚନା ଅନୁସାରେ ୨୦ ସେପ୍ଟେମ୍ବର ୨୦୧୯ ମସିହାରେ ପାଲଲହଡା ଥାନାର ସୋଲଡା ଗାଁରେ ଗୋଦେଇ କୁଙ୍କାଲଙ୍କ ଛେଳି ଓ କୁକୁଡା ସୁବେଦାର ସୋରେନଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରିବାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ଏନେଇ ପରେ ସୁବେଦାର ଏକ ଟାଙ୍ଗିଆ ଆଣି ଗୋଦେଇକୁ ଟାଙ୍ଗିଆରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଗୋଦେଇଙ୍କର ମୃତ୍ୟୁ ହୋଇଥିଲା । ଯାହା ଫଳରେ ପରେ ମୃତ ଗୋଦେଇଙ୍କ ସ୍ୱାମୀ ପାଲଲହଡା ଥାନାରେ ଅଭିଯୋଗ କରିବାପରେ ପୋଲିସ ଫେରାର ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣିକରି ଜିଲ୍ଲା ଦୌରା ଜଜ ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଜ୍ୟୋତିପ୍ରକାଶ ମହାପାତ୍ର , ନିର୍ମଳ କୁମାର ତ୍ରିପାଠୀ ଓ ନରେଶଚନ୍ଦ୍ର ନାୟକ ସରକାରଙ୍କ ପକ୍ଷରୁ ଏହି କେଶକୁ ପରିଚାଳନା କରିଥିଲେ ।
