ରାଜ୍ୟରେ ବଢିବ ଲକ୍‌ଡ଼ାଉନ୍

ରାଜ୍ୟରେ ବଢୁଛି କରୋନା ମହାମାରୀ ର ଦ୍ୱିତୀୟ ଲହର । ଯାହାକୁ ନେଇ ସାରା ରାଜ୍ୟବାସୀ ଏବେ ଭୟଭିତ ହୋଇପଡ଼ିଛନ୍ତି । ତେବେ ଏହାରି ଭିତରେ ରାଜ୍ୟରେ ଲକଡ଼ାଊନ୍ ଓ ସଟ୍‌ଡ଼ାଉନ୍ ଚାଲିଥିଲେ ମଧ୍ୟ ଏହା କିଛି କାମ ଦେଉନାହିଁ । ଆଜି ଏହି କରୋନା କୁ ନେଇ ଅପରାହ୍ନ ୪.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର‌୍ୟ୍ୟକ୍ରମ ରହିଛି । କରୋନାର ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସମିଟ କରିବେ । ଏହି ପ୍ରେସମିଟରେ ଏନଏଚଏମ ନିର୍ଦ୍ଦେଶିକା ଓ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ । ତେବେ ଏହି ପ୍ରେସମିଟରେ ମୁଖ୍ୟ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇପାରେ । ଅନ୍ୟପକ୍ଷରେ କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଜାରି ଲକଡାଉନ ଅବଧିକୁ ବୃଦ୍ଧି ନେଇ ଏହି ପ୍ରେସମିଟରେ ଘୋଷଣା ହୋଇପାରେ ବୋଲି ଆଶଙ୍କା କରାଯାଉଛି । 

Leave A Reply

Your email address will not be published.