ବାତ୍ୟା ତାଉ’ତେର ମୁକାବିଲା ଲାଗି ଚାଲିଛି ପ୍ରସ୍ତୁତି,ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତାଉ’ତେ ଅବପାତ ରୂପ ନେଉଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳେ ଏହା ଅତି ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହାରି ଭିତରେ ବାତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ନେଇ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଜାତୀୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଉପସ୍ଥିତ ରହିବେ । ଆଇଏମଡି ଡିଜି, ଏନଡିଆରଏଫ୍ ଡିଜି ପ୍ରମୁଖ ବୈଠକରେ ସାମିଲ ହୋଇପାରନ୍ତି । ତେଣୁ ବାତ୍ୟାର ମୁକାବିଲା ଲାଗି ଓଡ଼ିଶାରୁ ସ୍ବତନ୍ତ୍ର ବିମାନ ଯୋଗେ ଏନଡିଆରଏଫର ୫ଜଣିଆ ଟିମ ଗୁଜୁରାଟ ଯାଇଛନ୍ତି । ତେବେ ଏହି ଟିମ୍‌ରେ ମୋଟ୍ ୧୨୬ଜଣ ସଦସ୍ୟ ରହିଥିବା ବେଳେ ପ୍ରତ୍ୟେକ ଟିମ୍‌ରେ ରହିଛନ୍ତି ୨୫ ଜଣ ସଦସ୍ୟ । କଟକର ଡେପୁଟି କମଣ୍ଡାଣ୍ଟଙ୍କ ନେତୃତ୍ବରେ ଏହି ଟିମ୍ ଗୁଡ଼ିକୁ ଗୁଜୁରାଟ ପଠାଯାଇଛି । ଗୁଜୁରାଟ ଓ କେରଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.