ଗୋଟିଏ ଗାଁରୁ୨୪ଜଣ ପଜିଟିଭ୍

ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗିଛି ଅଦୃଶ୍ୟ ଭାଇରସ୍ । ତେବେ ଏହାରି ଭିତରେ ଗୋଟିଏ ଗାଁରୁ ୨୪ ଜଣ କରୋନା ପଜିଟିଭ୍ ହେବା ଏବେ ଚିନ୍ତାକୁ ଆହୂରି ବଢାଇ ଦେଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ବେଲଗଡ଼ ଗାଁରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୁଚନା ଦେଇଛନ୍ତି ସ୍ଥାନୀୟ ବିଡ଼ିଓ । ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ପରେ  ଗାଁକୁ ସେନିଟାଇଜ କରାଯାଇଛି ଏବଂ ସିଏଚ୍‌ସିରୁ ଏକ ଟିମ୍ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୩୦ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି  ଏବଂ ଅନ୍ୟମାନେ ହୋମ୍ ଆଇସୋଲେସନରେ ଅଛନ୍ତି । ଏହା ଏକ ଆଦିବାସୀ ଅଚଂଳ ହୋଇଥିବା ବେଳେ ଏଠାରେ କୋଭିଡ୍ ପରୀକ୍ଷା ପାଇଁ କ୍ୟାମ୍ପ୍ ଅନୁଷ୍ଠିତ ହୋଇଥିଲା । ପରେ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯାଇଛି ଏବଂ ଗାଁର ଉଭୟ ପାର୍ଶ୍ବରୁ ବାରିକେଟ କରି ସିଲ୍ କରି ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ଦୈନିକ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.