ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗୁଜୁରାଟ ଗଲା ଏନଡିଆରଏଫ ଟିମ୍

ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତାଉ’ତେ ଅବପାତ ରୂପ ନେଉଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳେ ଏହା ଅତି ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସାମୁଦ୍ରିକ ଝଡ ପ୍ରଭାବରେ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖ ସକାଳ ବେଳକୁ ବାତ୍ୟା ଗୁଜରାଟ ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି । ଆସନ୍ତା ୧୭ ଓ ୧୮ ତାରିଖରେ ଗୁଜରାଟ ଉପକୂଳରେ ପ୍ରବଳ ବର୍ଷା ପବନ ହେବ । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ଧାରଣ କରି ଗୁଜରାଟ ଉପକୂଳ ଅତିକ୍ରମ ବେଳେ ପବନରେ ବେଗ ଘଣ୍ଟାପ୍ରତି ୧୫୦-୧୬୦ କିଲୋମିଟର ରହିପାରେ । ତେଣୁ ବାତ୍ୟାର ମୁକାବିଲା ଲାଗି ଓଡ଼ିଶାରୁ ସ୍ବତନ୍ତ୍ର ବିମାନ ଯୋଗେ ଏନଡିଆରଏଫର ୫ଜଣିଆ ଟିମ ଗୁଜୁରାଟ ଯାଇଛନ୍ତି । ତେବେ ଏହି ଟିମ୍‌ରେ ମୋଟ୍‌ ୧୨୬ଜଣ ସଦସ୍ୟ ରହିଥିବା ବେଳେ ପ୍ରତ୍ୟେକ ଟିମ୍‌ରେ ରହିଛନ୍ତି ୨୫ ଜଣ ସଦସ୍ୟ । କଟକର ଡେପୁଟି କମଣ୍ଡାଣ୍ଟଙ୍କ ନତୃତ୍ବରେ ଏହି ଟିମ୍‌ ଗୁଡ଼ିକୁ ଗୁଜୁରାଟ ପଠାଯାଇଛି । ଗୁଜୁରାଟ ଓ କେରଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.