କଟକ ଏସସିବି କୋଭିଡ ହସ୍ପିଟାଲରେ ଉତ୍ତେଜନା

କଟକ ଏସସିବି କୋଭିଡ ହସ୍ପିଟାଲରେ ଆଜି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭିତରକୁ ଛଡା ନଯିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଜାଣିନପାରି ପରିବାରବର୍ଗ ପ୍ରବଳ ପାଟିତୁଣ୍ଡ କରିଛନ୍ତି । ଗତକାଲି ସମ୍ପର୍କୀୟଙ୍କୁ ଭିତରକୁ ଛଡାଯାଉଥିଲେ ସୁଦ୍ଧା ଆଜି ହଠାତ ରୋକ ଲାଗିବାକୁ ଲୋକେ ବିରୋଧ କରିଛନ୍ତି । ମହାମାରୀ କରୋନାର ସଂକ୍ରମଣ ଭୟରେ କୋଭିଡ ହସ୍ପିଟାଲକୁ କାହାରିକୁ ଛଡାଯାଉନାହିଁ । ହେଲେ ବାହାରେ ଥିବା ରୋଗୀଙ୍କ ସଂପର୍କୀୟଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ବାବଦରେ ନିୟମିତ ସୂଚନା ଦିଆଯାଉନାହିଁ । ମୋବାଇଲ ନମ୍ବରରେ ମଧ୍ୟ କୌଣସି ସୂଚନା ଦିଆଯାଉନଥିବା ଅଭିଯୋଗ କରି ରୋଗୀଙ୍କ ସଂପର୍କୀୟ । କଟକ ଏସସିବି କୋଭିଡ ହସ୍ପିଟାଲ ବାହାରେ ଆଜି ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି ।

Leave A Reply

Your email address will not be published.