ଡଙ୍ଗରିଆ କନ୍ଧଙ୍କୁ କରୋନା

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡରେ କରୋନା ସଂକ୍ରମଣ ବ୍ୟାପିଥିବା ଜଣାପଡିଛି । ପାରସାଲି ପଞ୍ଚାୟତରେ ସରପଞ୍ଚଙ୍କ ସମେତ ପ୍ରାୟ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଭୟରେ ଆତଙ୍କିତ ଅବସ୍ଥାରେ ନିୟମଗିରି ପାହାଡ଼ ଅଞ୍ଚଳର ଡଙ୍ଗରିଆ କନ୍ଧ। ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ଅଧିକାରୀଙ୍କ ସହିତ ଏକ ମେଡିକାଲ୍‌ ଟିମ୍‌ ଫାକେରୁ ଗାଁରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏହା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ଔଷଧ ମଧ୍ୟ ଦେଇଛନ୍ତି । ବିଡିଓ ଡଙ୍ଗରିଆମାନଙ୍କୁ ସଚେତନ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବୁଝେଇଛନ୍ତି । ନିୟମଗିରି ପାହାଡ଼ ଅଞ୍ଚଳର ଅଧିବାସୀ ସାଧାରଣତଃ ଅସୁସ୍ଥ ହେଲେ ଚିକିତ୍ସା ନକରି ଦେବଦେବୀଙ୍କୁ ପୂଜାପାଠ ଉପରେ ଗୁରୁତ୍ୱ ଦେଉଥିବାରୁ ଚିନ୍ତା ଅଧିକ ବଢିଛି । ତେଣୁ ସେଠାକାର ଲୋକ ଏସବୁକୁ କିପରି ଗ୍ରହଣ କରି ସଚେତନ ରହିବେ ତାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି କିଛି ବଣ୍ଡାଜାତିର ଆଦିବାସୀଙ୍କଠାରେ କରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା । ସେମାନଙ୍କୁ ପ୍ରଶାସନ ତରଫରୁ ବିଚ୍ଛିନ୍ନ କରି ରଖାଯାଇଥିଲା ।

Leave A Reply

Your email address will not be published.