କାଳ ସାଜିଛି ‘ତଉକାତେ’

ଦେଶର ଦକ୍ଷିଣ ପଶ୍ଚିମ ରାଜ୍ୟରେ ସାମୁଦ୍ରିକ ଝଡ଼ ‘ତଉକାତେ’ କାଳ ସାଜିଛି । କେରଳ, କର୍ଣ୍ଣାଟକ ଓ ଗୋଆରେ ବାତ୍ୟା ତାଣ୍ଡବ ରଚିବା ପରେ ଏବେ ଗୁଜୁରାଟ ଦିଗରେ ଅଗ୍ରସର ହେଉଛି । ଏପର୍ଯଯ୍ୟନ୍ତ ବାତ୍ୟା ପ୍ରଭାବିତ ଅଂଚଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ବାତ୍ୟା ଯୋଗୁଁ ଶହ ଶହ ଗଛ ଉପୁଡ଼ି ପଡ଼ିଛି । ଏଥି ସହିତ ଘର ଦ୍ୱାର ଭାଙ୍ଗିଛି । ବାତ୍ୟା ଯୋଗୁଁ ଗୁଜରାଟର ଉପକୂଳ ଅଂଚଳରେ ଆଜି ଅପରାହ୍ନ ଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି । ବିପର୍ଯ୍ୟୟରୁ ମୁକୁଳିବା ପାଇଁ ଏନଡିଆରଏଫର ୫୦ଟି ଟିମ ମୁତୟନ ହୋଇଛନ୍ତି ।   ମତ୍ସଜୀବୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ମେ’ ୧୭ ତାରିଖ ଅଥବା ୧୮ ତାରିଖରେ ଗୁଜାରଟ ଉପକୂଳକୁ ସ୍ପର୍ଶ କରିପାରେ । ବାତ୍ୟା ୨୪ ଘଣ୍ଟାରେ ବିପଦ ବଢ଼ାଇ ପାରେ । ମେ’ ୧୮ରେ ବାତ୍ୟା ପୋରବନ୍ଦର ଓ ମହୁଆ ମଧ୍ୟରେ ଗୁଜରାଟ ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ । 

Leave A Reply

Your email address will not be published.