ଆଜିଠାରୁ ଘରେ ହେବ ଟେଷ୍ଟ ଓ ଟିକାକରଣ

ଆଜିଠୁ ୧୯୨୯କୁ ଫୋନ୍ କଲେ ବରିଷ୍ଠ ନାଗରିକଙ୍କ ପାଇଁ ରାଜଧାନୀରେ ଘରେ ଟିକାକରଣ ଓ ଟେଷ୍ଟିଂର ସୁବିଧା ମିଳିପାରିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ବରିଷ୍ଠ ନାଗରିକଙ୍କୁ ଘରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିଆଯାଇ ଟିକା ଦାନ ପରେ ପୁଣି ଘରେ ଛାଡ଼ି ଦିଆଯିବ। ସେହିପରି ୧୯୨୯କୁ ଫୋନ୍ କଲେ ଏକୁଟିଆ ରହୁଥିବା କିମ୍ବା ବାହାରକୁ ଆସିପାରୁନଥିବା ବରିଷ୍ଠ ନାଗରିକମାନଙ୍କର କରୋନା ଟେଷ୍ଟିଂ ମଧ୍ୟ ଘରେ ହୋଇପାରିବ ।   ସେହିପରି ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହେଉଛି ଭ୍ୟାକସିନେସ୍ ଆଟ୍ ଡୋର୍ ବ୍ୟବସ୍ଥା ଆରମ୍ଭ ହୋଇଛି।  ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ଏହା ଉପଲବ୍ଧ ରହିବ। ସକାଳ ୮ଟାରୁ ଦିନ ୧୨ଟା ଭିତରେ ୭୩୨୮୦-୯୯୩୨୪ ନମ୍ବରକୁ ଫୋନ୍ କରି ବୁକିଂ କରିହେବ। ଫୋନ୍ କଲେ ଘର ପାଖରେ ଯାଇ ପହଞ୍ଚିବ ଟିକା ଭ୍ୟାନ୍ ପହଞ୍ଚିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି । ବୁକିଂ ପାଇଁ ନିଜ ନାଁ, ଘର ଠିକଣା, ବୟସ ସହ ଟିକା ନେବାକୁ ଆବଶ୍ୟକ ଥିବା ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ବୁକିଂର ପରଦିନ ଘର ପାଖକୁ ଯାଇ ଟିକା ଭ୍ୟାନ୍ ପହଞ୍ଚିବ। ପ୍ରତିଦିନ ୧୦୦ ଲୋକଙ୍କୁ ଟିକା ଦିଆଯିବାକୁ ଟାର୍ଗେଟ ରଖାଯାଇଛି।

Leave A Reply

Your email address will not be published.