ଆଜି ବି ୮ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

କରୋନାର ଦୈନିକ ସଂକ୍ରମଣରେ ଲଗାମ ଲାଗୁନଥିବାବେଳେ ବର୍ତ୍ତମାନ ରାଜ୍ୟରେ ଟିକା ଅଭାବ ଦେଖାଯାଇଥିବା ଅଭିଯୋଗ ହେଲାଣି । ସେପଟେ ସଂକ୍ରମଣକୁ ଏପଟେ ସରକାରଙ୍କ ହଜାର ପଦକ୍ଷେପ ସତ୍ତ୍ବେ ଟିକା ପରିଚାଳନା ଠିକ୍ ଭାବରେ ହୋଇପାରୁନଥିବାରୁ ଟିକା ଅଭାବ ଯୋଗେ ଆଜି ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ମିଳିଥିବା ସୂଚନାନୁସାରେ, ଆଜି ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଟିକାକରଣ ବନ୍ଦ ରହିବ । ଟିକା ମିଳିବା ପରେ ଏହି ସବୁ ଜିଲ୍ଲାରେ ପୁଣି ଟିକାକରଣ କାର୍ଯ୍ୟ ହେବ ବୋଲି କୁହାଯାଇଛି । ଗତ ଶନିବାର ସୁଦ୍ଧା ରାଜ୍ୟରେ ଟିକାକରଣ ସଂଖ୍ୟା ୬୫ ଲକ୍ଷ ୬୭ ହଜାର ୪୨୯ରେ ପହଞ୍ଚିଛି ।

Leave A Reply

Your email address will not be published.