ମହାମାରୀ ସମୟରେ ଚାଲିଛି ଅକ୍ସିଜେନ କଳାବଜାରୀ

କରୋନା ମହାମାରୀ ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ହେଲେ କଳାବଜାରୀଙ୍କ କବଜାରେ ବିପୁଳ ପରିମାଣରେ ଅକ୍ସିଜାନ ସିଲିଣ୍ଡର। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ସାମ୍ନାକୁ ଆସିଛି। ଗତରାତିରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ତକତପୁର ହାଟ ପଡିଆରେ ଥିବା ଏକ ଦୋକାନ ଗୃହରୁ ମହଜୁଦ ରଖା ଯାଇଥିବାର ଖବରପାଇ ୩୪ଟି ବଡ ସହିତ ୫ଟି ସାନ ଅକ୍ସିଜେନ ସିଲିଣ୍ଡର ଜବତ କରିଛି ବାରିପଦା ଟାଉନ ଥାନା ପୋଲିସ । ଏକ ବିଶେଷ ସୂତ୍ରରୁ ଖବରପାଇ ବାରିପଦା ଟାଉନ ଥାନା ପୋଲିସ ଓ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଚଢ଼ାଉ କରି ଜବତ କରିଛି ଅକ୍ସିଜେନ ସିଲିଣ୍ଡର। ଛୋଟ ୧୦କିଲୋ ଅକ୍ସସିଜେନ ସିଲିଣ୍ଡର ଦାମ ୨୧ହଜାରରେ ବିକ୍ରି କରୁଥିବା ଦୋକାନରେ ଉପସ୍ଥିତ ପିଲା ପ୍ରକାଶ କରିଛି ।

Leave A Reply

Your email address will not be published.