ବିଏମ୍‌ସି ପକ୍ଷରୁ ନୂଆ ପଦକ୍ଷେପ

କରୋନା ମହାମାରୀ ସମୟରେ ରୋଗୀଙ୍କ ସ୍ୱାସ୍ଥ୍ୟର ସଠିକ୍ ପରିଚାଳନା ପାଇଁ ବିଏମ୍‌ସି ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ନିଜ ଘରେ ସଙ୍ଗରୋଧ ଥିବା ରୋଗୀଙ୍କ ଉପରେ ନଜର ରଖିବା ପାଇଁ ବର୍ଗୀକରଣ କରାଯାଇଛି। ମହାନଗର ନିଗମର ୩ ଜୋନ୍ ମାଧ୍ୟମରେ ସେବା ଯୋଗାଣକୁ ତ୍ୱରାନ୍ବିତ କରାଯାଉଥିବାବେଳେ ଜୋନ୍‌ର ଜୋନାଲ୍ ଡେପୁଟି କମିଶନରଙ୍କଠାରୁ ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କ ସୂଚନା ପାଇବା ପରେ ରେଡ୍ ଫ୍ଲାଗ୍ ତାଲିକା ପ୍ରସ୍ତୁତ କରାଯାଉଛି। ବର୍ଗୀକରଣ କରିବା ଦ୍ୱାରା ୧୯୨୯ କଲ୍‌ସେଣ୍ଟର୍‌ରୁ ସଂପୃକ୍ତ ସଂକ୍ରମିତଙ୍କୁ କଲ୍ କରାଯାଇ ସେମାନଙ୍କ ରୋଗର ସ୍ଥିତିକୁ ସମାକ୍ଷା କରିବା ଓ ହସ୍ପିଟାଲ୍ ପଠାଇବାକୁ ସୁବିଧା ପାଇପାରିବେ। ସ୍ବଳ୍ପ ଲକ୍ଷଣଯୁକ୍ତଙ୍କୁ ଗ୍ରୀନ୍ ଫ୍ଲାଗରେ ଓ ଅପେକ୍ଷାକୃତ ଭାବେ ଅଧିକ ଲକ୍ଷଣଯୁକ୍ତ ସଙ୍ଗରୋଧକାରୀଙ୍କୁ ରେଡ୍ ଫ୍ଲାଗ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ରେଡ୍ ଫ୍ଲାଗ୍‌ରେ ଥିବା ସଂକ୍ରମିତଙ୍କୁ ଲଗାତର ୩ଦିନ ଫୋନ୍ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରିବା ସହ ସମୀକ୍ଷା କରିବାକୁ କମିଶନର ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଦିନରେ ୨୨ଜଣଙ୍କୁ କଲ୍ କରାଯାଇ ସେମାନଙ୍କ ସ୍ଥିତି ସମୀକ୍ଷା କରାଯାଇଛି। ରାପିଡ୍ ରେସ୍‌ପନ୍ସ ଟିମ୍ (ଆର୍‌ଆର୍‌ଟି)ଙ୍କ ରୋଗ ନିରୀକ୍ଷଣ ସୂଚନାକୁ ଭିତ୍ତିକରି ରେଡ୍ ଫ୍ଲାଗ୍ ରୋଗୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏହି ଟିମ୍‌ରେ ଅଭିଜ୍ଞ ଡାକ୍ତରମାନେ ରହିଛନ୍ତି। 

Leave A Reply

Your email address will not be published.