ଓଡିଶାରେ ପଶି ଆନ୍ଧ୍ର କୋଟିଆବାସୀଙ୍କୁ ଦେଉଛି ମାଗଣାରେ ଔଷଧ

ମହାମାରୀ ସମୟରେ କୋଟିଆବାସୀଙ୍କୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛି ଆନ୍ଧ୍ର । କୋଟିଆକୁ ନେଇ ପୂର୍ବରୁ ଅନେକ ବିବାଦ ଚାଲିଥିବା ବେଳେ ଓଡିଶାରେ ପଶି ଆନ୍ଧ୍ର କୋଟିଆବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଘଟଣା ପୁଣି ବିବାଦକୁ ବଢାଇପାରେ ।  ଏହି ଘଡ଼ିସନ୍ଧି ସମୟରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ପାଟୁସିନେରୀ ଗାଁରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ୧୦୪ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆସି ରୋଗୀଙ୍କ ସେବା କରିବା ସହ ଔଷଧ ବାଣ୍ଟୁଛନ୍ତି ଆନ୍ଧ୍ର ଅଧିକାରୀ । ଏହା ସହ ଗୋଟିଏ ଟିମ୍ ପ୍ରତି ସପ୍ତାହ ରେ ଆସି କୋଟିଆବାସୀଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ଏହି ଟିମ୍ ରେ ଜଣେ ଡାକ୍ତରଙ୍କ ସହ ଜଣେ ଫାର୍ମାସିଷ୍ଟ ଓ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ତେବେ ଓଡିଶା ପକ୍ଷରୁ ପ୍ରତିଦିନ ଏକ ସ୍ୱତନ୍ତ୍ର ମୋବାଇଲ ହେଲଥ ୟୁନିଟ କୋଟିଆର ବିବାଦୀୟ ଗାଁ ସମେତ ୨୧ଟି ଗ୍ରାମପୁଞ୍ଜରେ ପହଂଚି ସ୍ୱାସ୍ଥ୍ୟ ସେବା ଯୋଗାଇବାଠୁ ଆରମ୍ଭ କରି କରୋନା ଟିକାକରଣ କରୁଥିବାବେଳେ, ଆନ୍ଧ୍ର ପ୍ରଶାସନ କେବଳ ଗୋଟିଏ ଗାଁକୁ ଟାର୍ଗେଟ କରିଛି ।

Leave A Reply

Your email address will not be published.