ଆସନ୍ତାକାଲି ଠାରୁ ରାଜଧାନୀରେ ଡ୍ରାଇଭ-ଇନ୍ ଟିକାକରଣ ବନ୍ଦ

ଆସନ୍ତାକାଲି ଠାରୁ ରାଜଧାନୀରେ ଡ୍ରାଇଭ-ଇନ୍ ଟିକାକରଣ ବନ୍ଦ ହେବ । ଟିକା ନେବାପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ଲକ୍ଷ୍ୟ କରିବା ପାଇଁ ଅଧଘଂଟା ବିଶ୍ରାମ ନେବାକୁ କେନ୍ଦ୍ରର ନିର୍ଦ୍ଦେଶନାମା କରିଥିଲେ ହେଲେ ଉଭୟ ଡ୍ରାଇଭ-ଇନ କିମ୍ବା ଘରକୁ ଘର ବୁଲି ଟିକାକରଣରେ ଏହି ନିୟମର ଉଲ୍ଲଂଘନ ହେଉଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ପୁର୍ବରୂ ରାଜ୍ୟ ସରକାର ଡ୍ରାଇଭ-ଇନ୍ କିମ୍ବା ଡୋର ଷ୍ଟେପ୍ ଟିକାକରଣକୁ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଥିଲେ ବି କୋ-ୱିନ ପୋର୍ଟାଲରେ ଆଗାମୀ ୨୨ ତାରିଖ ଯାଏଁ ଡ୍ରାଇଭ-ଇନ ଟିକାକରଣ ପାଇଁ ପଞ୍ଜିକରଣ ହୋଇସାରିଛି ଓ ସ୍ଲଟ ବୁକିଂ ସରିଛି ତେଣୁ ଏହାକୁ ଆସନ୍ତା କାଲି ପର୍ଯ୍ୟନ୍ତ ଚାଲି ରଖିବାକୁ ପଡ଼ିବ ବୋଲି କୁହାଯାଇଛି । ସୁଚନା ଅନୁସାରେ କରୋନା ମହାମାରୀ ସମୟରେ ଟିକାକରଣ କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହା ବିଭିନ୍ନ ପର୍ଯ୍ୟାୟରେ ଲୋକମାନଙ୍କୁ ଦିଆଯାଉଛି ।

Leave A Reply

Your email address will not be published.