କର୍ଣ୍ଣାଟକରେ ଜୁନ୍ ୭ଯାଏ ବଢିଲା ଲକ୍‌ଡାଉନ

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍‌ଡ଼ାଉନ୍ ଅବଧି କୁ ବଢାଇଛନ୍ତି । ଯାହାଫଳରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିବ । ତେଣୁ ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ଜୁନ୍ ୭ଯାଏ ଲକ୍‌ଡାଉନ ଅବଧି ବଢାଇ ଦିଆଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ରାଜ୍ୟବ୍ୟାପୀ କଟକଣାକୁ ଆହୁରି ୧ ସପ୍ତାହ ଯାଏଁ ବୃଦ୍ଧି କରିଛନ୍ତି । ଯାହାଫଳରେ ଏହି କଟକଣା ଜୁନ୍ ୭ ପର‌୍ୟ୍ୟନ୍ତ ବଳବତ୍ତର ରହିବ । ପୂର୍ବରୁ ମଇ ୧୦ରୁ ମଇ ମାସ ୨୪ ତାରିଖ ପର‌୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି ରହିଥିଲା । ପ୍ରତିଦିନ ସେଠାରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୩୦ହଜାରରୁ ଅଧିକ ରହୁଛି । ଖାଲି ସଂକ୍ରମଣ ନୁହେଁ ମୃତ୍ୟୁ ସଂଖ୍ୟ। ବି ବଢିବାରେ ଲାଗିଛି । ରାଜ୍ୟରେ ୫ଲକ୍ଷରୁ ଅଧିକ ସଂକ୍ରମିତ ରହୁଛନ୍ତି । ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ପୁଣି ଲକ୍‌ଡାଉନ୍ ଅବଧି ବଢାଇ ଦିଆଯାଇଛି ।

Leave A Reply

Your email address will not be published.