ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଘୁଞ୍ଚାଇଲା ମାଟ୍ରିକ ମାର୍କ ଅପଲୋଡ ତାରିଖ

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ୍ ପୂର୍ବ ନିର୍ଦ୍ଧାରିତ ମେ ୨୪ରୁ ୩୧ ତାରିଖ ପରିବର୍ତ୍ତେ ମେ ୨୯ ତାରିଖରୁ ଆରମ୍ଭ ହୋଇ ଜୁନ ୭ ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏପରି ନିଷ୍ପତି କୋଭିଡ୍ ପରିସ୍ଥିତି ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ବୋର୍ଡ ପକ୍ଷରୁ ଯାଞ୍ଚ ଓ ଅପଲୋଡ କାର‌୍ୟ୍ୟ ପାଇଁ ଅଧିକ ସମୟ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରେ ମେଣ୍ଟର ସ୍କୁଲ ପକ୍ଷରୁ ଦାଖଲ ହୋଇଥିବା ସ୍କୁଲ ମାର୍କ ରେଜିଷ୍ଟର ଓ ବୋର୍ଡ ପ୍ରଦତ୍ତ ଟାବୁଲେସନ ରେଜିଷ୍ଟର ଯାଞ୍ଚ କାର୍ଯ୍ୟ ମେ ୨୮ତାରିଖ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୋର୍ଡ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍କ ଯାଞ୍ଚ ସରି ନଥିବାରୁ ଅନେକ ଜିଲ୍ଲା ଶିକ୍ଷାଧିକାରୀ ଅଧିକ ସମୟ ଦେବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.