ରାଜ୍ୟରେ ଆଜି ବି ୨୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କଟକଣା ଲାଗି ପାରୁନି । ଗତ ୨୪ ଘଣ୍ଟା ଭିତରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ,ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ,କଳାହାଣ୍ଡିରୁ ୨ ଜଣ,ବରଗଡ଼, ବଲାଙ୍ଗୀର, ବୌଦ୍ଧ,ଗଜପତି,ଝାରସୁଗୁଡ଼ା, ନବରଙ୍ଗପୁରର, ପୁରୀ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଉପରୋକ୍ତ କରୋନା ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି।

Leave A Reply

Your email address will not be published.