ଅକ୍ଟୋବର ସୁଦ୍ଧା ଭାରତରେ ଉତ୍ପାଦନ ହେବ ୮୫୦ ନିୟୁତ ଡୋଜ ସ୍ପୁଟନିକ ଭି

ଋଷର ଭାରତୀୟ ଦୂତ ଡି.ବି ଭେଙ୍କଟେଶ ଭର୍ମା ଶନିବାର ଘୋଷଣା କରିଛନ୍ତି ଯେ ଭାରତରେ କରୋନା ଟିକା ସ୍ପୁଟନିକ୍ ଭି ଉତ୍ପାଦନ ଚଳିତ ବର୍ଷ ଅଗଷ୍ଟରେ ଆରମ୍ଭ ହେବ। ଭେଙ୍କଟେଶ ଭର୍ମା କହିଛନ୍ତି ଯେ ପ୍ରାୟ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଭାରତରେ ୮୫୦ ନିୟୁତ ଡୋଜ ସ୍ପୁଟନିକ ଭି ଟିକା ଉତ୍ପାଦନ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବର ଯେକୌଣସି ଠାରେ ଉତ୍ପାଦିତ ସ୍ପୁଟନିକ୍ ଭି ଟିକା ମଧ୍ୟରୁ ପ୍ରାୟ ୬୫ ରୁ ୭୦% ଭାରତରୁ ଆସିବ। ଭାରତୀୟ ଚାହିଦା ପୂରଣ ହେବା ପରେ ଋଷ ଏହାକୁ ଅନ୍ୟ ଅଂଶକୁ ରପ୍ତାନି କରିବ। ସ୍ପୁଟନିକ୍ ଭି, କୋଭିସିଲ୍ଡ ଏବଂ କୋଭାକ୍ସିନ ସହିତ କେବଳ ତିନୋଟି କରୋନା ଟିକା ଯାହାକି ଭାରତରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଭେଙ୍କଟେଶ ଭର୍ମା ଭାରତର ସାମ୍ପ୍ରତିକ କରୋନା ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଏହା ନିୟନ୍ତ୍ରଣକୁ ଆସୁଛି।

Leave A Reply

Your email address will not be published.