ବାଲେଶ୍ବରରେ ପ୍ରବଳ ପ୍ରଭାବ ଦେଖାଇବ ବାତ୍ୟା ୟାସ୍

ୟାସ ବାତ୍ୟାରେ ପରିଣତ ହୋଇସାରିଛି ଖୁବ୍ ଶୀଘ୍ର ଅତି ଭୀଷଣ ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୬ ତାରିଖରେ ମଧ୍ୟାହ୍ନରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଯାହାର ବ୍ୟାପକ ପ୍ରଭାବ ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଥିବାରୁ ଜିଲ୍ଲାପାଳ କେ ସୁଦର୍ଶନଙ୍କ ନେତୃତ୍ବରେ ସେଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାବାସୀଙ୍କୁ ସଚେତନ କରିବା ଲାଗି ଅତିକମ୍‌ରେ ଚାରି ଦିନ ପାଇଁ ପାନୀୟ ଜଳ ଗଚ୍ଛିତ କରି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି। ସେହିପରି ମାଟି ବା କଚ୍ଚା ଘରେ ନ ରହିବାକୁ ଲୋକଙ୍କୁ କୁହାଯିବା ସହିତ ନିକଟତମ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଛି। ଲୋକେ ସରକାରୀ ପକ୍କା ଗୃହରେ ମଧ୍ୟ ଆଶ୍ରୟ ନେଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାର ଦୋକାନ ଗୁଡ଼ିକରେ ଲାଗିଥିବା ସାଇନବୋର୍ଡ ଓ ହୋର୍ଡିଂ ଗୁଡ଼ିକୁ ଖୋଲି ଦେବାକୁ ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୬ ଘଣ୍ଟା ହେଲା ବାତ୍ୟା ୟାସ ସ୍ଥିର ରହି ଶକ୍ତି ସଞ୍ଚୟ କରୁଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ପୋର୍ଟ ବ୍ଲେୟାର ଠାରୁ ୬୦୦ କିମି, ପାରାଦୀପ ଠାରୁ ୫୪୦ କିମି, ବାଲେଶ୍ୱର ଠାରୁ ୬୫୦ କିମି ଓ ପଶ୍ଚିମବଙ୍ଗର ଦିଘା ଠାରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

Leave A Reply

Your email address will not be published.