ବେଲଗାମ ହେଲାଣି କରୋନାସ୍ଥିତି

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ବ୍ରେକ୍ ଲାଗୁନି । ଦୈନିକ ସଂକ୍ରମଣରେ କ୍ରମାଗତ ଭାବେ ବଢୁଛି ଓ ପ୍ରତିଦିନ ୧୦ରୁ ୧୨ ହଜାରମୁହାଁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ଜଣାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୯୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୬୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଆଜି ଅନୁଗୁଳରୁ ୮୫୯ଜଣ, ବାଲେଶ୍ୱରରୁ ୪୦୦ଜଣ, ବରଗଡ଼ରୁ ୩୬୭ଜଣ, ଭଦ୍ରକ ରୁ ୩୭୭ଜଣ, ବଲାଙ୍ଗୀରରୁ ୧୬୬ଜଣ, ବୌଦ୍ଧରୁ ୨୬୧ଜଣ, କଟକରୁ ୧୧୩୩ଜଣ, ଦେଓଗଡ଼ରୁ ୧୦୩ଜଣ, ଢେଙ୍କାନାଳରୁ ୩୫୧ଜଣ, ଗଜପତିରୁ ୬୭ଜଣ, ଗଞ୍ଜାମରୁ ୧୫୫ଜଣ, ଜଗତସିଂହପୁରରୁ ୩୩୦ଜଣ, ଯାଜପୁରରୁ ୫୬୪ଜଣ, ଝାରସୁଗୁଡ଼ାରୁ ୨୨୮ଜଣ, କଳାହାଣ୍ଡିରୁ ୪୦୭ଜଣ, କନ୍ଧମାଳରୁ ୧୦୩ଜଣ ପଜିଟି ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.