ବାତ୍ୟା ୟାସ ପ୍ରଭାବ ସମୀକ୍ଷା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ବାତ୍ୟା ୟାସର ପ୍ରଭାବ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା କରିବେ । ଆଣ୍ଡାମାନ ଓ ନିକୋବର ଉପରାଜ୍ୟପାଳ ବି ବୈଠକରେ ରହିବେ। ସେବି ବୈଠକରେ ଆଇଏମଡି ଓ ଏନଡିଆରଏଫ ମୁଖ୍ୟ ଉପସ୍ଥିତ ରହିବେ । ଦିନ ୧୧ଟାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ବାତ୍ୟାର ରୂପ ନେଇସାରିଛି ୟାସ । ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ରାଜ୍ୟସରକାରଙ୍କ ସହ ବାତ୍ୟାର ପ୍ରଭାବ ନେଇ ଆଲୋଚନା କରିବେ । ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ଆଜି ସକାଳ ୫ଟା ୩୦ରେ ବାତ୍ୟା ରୂପ ନେଇଥିବା ଭାରତୀୟ ପାଣିପାଗ ବିଭଗ ପକ୍ଷରୁ କୁହାଯାଇଛି। ୨୬ ତାରିଖ ମଧ୍ୟାହ୍ନରୁ ସାନ୍ଧ୍ୟ ସମୟ ମଧ୍ୟରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବ। ପ୍ରାରମ୍ଭିକ  ଆକଳନ ଅନୁସାରେ ଏହା ପାରାଦୀପ ରୁ ସଗାରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। 

Leave A Reply

Your email address will not be published.