“ୟାସ୍‌”ର ମୁକାବିଲାରେ ସାମିଲ ହେବେ ୮୦୦ ଓଡ୍ରାଫ କର୍ମଚାରୀ

ବଙ୍ଗୋପସାଗରରେ ଆଜି ସକାଳ ୫ଟା ୩୦ରେ ବାତ୍ୟା ରୂପ ନେଇଛି ୟାସ୍ । ଏବେଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବ । ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ୟାସ । ବାଲେଶ୍ୱରରୁ ଦକ୍ଷିଣ ଦକ୍ଷିଣ ପୂର୍ବର ୬୫୦ କିମି ଦୂରରେ ୟାସ ରହିଛି । ଦୀଘା ଠାରୁ ୬୩୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଭୀକ୍ଷଣ ବାତ୍ୟା ରୂପ ନେବ । ଏଥିପାଇଁ ବାତ୍ୟା ମୁକାବିଲାରେ ସାମିଲ ହେବେ ୮୦୦ ଓଡ୍ରାଫ କର୍ମଚାରୀ । ଅତ୍ୟାଧୁନିକ ସାମଗ୍ରୀ ସହ ମୁକାବିଲାରେ ସାମିଲ ହେବେ । ଓଡ୍ରାଫ ମୁତୟନ ନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି । ତେବେ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଛି ୟାସ । ବାତ୍ୟା ନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇ କହିଛନ୍ତି, 

Leave A Reply

Your email address will not be published.