ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍

ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ସେହି ସ୍ଥାନରେ ପୋଲିସ୍ ପହଂଚି ଅଧିକ ତନାଘନା ଚଳାଇଛି । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଏହି ଦୁର୍ଘଟଣା ଘଟିଛି । କୁଣ୍ଡପୁର ନିକଟସ୍ଥ ଏକ ଢାବା ସମ୍ମୁଖରେ ଓଡି୦୪କେ୬୨୦୩ ନମ୍ବର ଟ୍ରକ୍ ରାସ୍ତାକଡ଼ରେ ଛିଡା ହୋଇଥିଲା । ଏହି ସମୟରେ ପଛପଟୁ କେଏ୦୧ଏଏଫ୧୪୯୮ ନମ୍ବର ବିଶିଷ୍ଟ ଟ୍ରକଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ  ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କର୍ଣ୍ଣାଟକ ବେଙ୍ଗାଲୁରୁ ଅଞ୍ଚଳର ।

Leave A Reply

Your email address will not be published.