ବାତ୍ୟା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା

ଏବେ ଓଡ଼ିଶା ଉପରେ ଦ୍ୱିତ ବିପଦ । କରୋନା ମହାମାରୀ ଉପରେ ବାତ୍ୟା ୟଶ୍ ଏବେ ଓଡ଼ିଶା ମୁହାଁ ହୋଇଛି । ଏହାକୁ ନେଇ ବର୍ତମାନ ରାଜ୍ୟରେ ପୂର୍ବ ପ୍ରସ୍ତୁତି ଚାଲିଛି । ଘନ ଘନ ବୈଠକ ସହିତ ରାଜ୍ୟରେ ସବୁ ପ୍ରକାର ପ୍ରସ୍ତୁତି ଜାରି ରହିଛି । ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ଆଉ ଏକ ବଡ଼ ନିଷ୍ପତି ନେଇଛନ୍ତି । ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ମେ ୩୧ ଯାଏଁ ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ହେଡ୍ କ୍ୱାର୍ଟର୍ସ ଛାଡ଼ି ନଯିବା ଲାଗି ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛୁଟି ନେଇଥିବା କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କଲେ ସରକାର । ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୂଯାଇ ଆସନ୍ତା ୨୬ ତାରିଖରେ ବାତ୍ୟା ୟଶ୍ ପାରଦୀପ ଓ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ୧୬୫-୧୮୫ କିମି ଘଣ୍ଟା ପ୍ରତି ରହିବ ବୋଲି ପୂର୍ବାନୁମାନ କରାଯାଇଛି ଏବଂ ପୁରା ସ୍ଥିତି ଉପରେ ନଜର ରଖିବାକୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.