ଯାଜପୁର ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି

ବାତ୍ୟା ୟାସ ଏବେ ଓଡିଶା ମୁହାଁ ହୋଇ ଗତି କରୁଥିବାବେଳେ ଆସନ୍ତାକାଲି ଏହା ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବିଶେଷକରି ଏହାଦ୍ୱାରା ବାଲେଶ୍ୱର ଜିଲ୍ଲା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇପାରେ ବୋଲି କୁହାଯାଉଛି । ଏହାକୁ ଆଖିରେ ରଖି ଏବେ ବଡ ନିଷ୍ପତ୍ତି ନେଇଛି ଯାଜପୁର ଜିଲ୍ଲା ପ୍ରଶାସନ । ଚଣ୍ଡୀଖୋଲଠାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ସମସ୍ତ ଗାଡିର ଚଳାଚଳକୁ ଜାତୀୟ ରାଜପଥରେ ବାରଣ କରାଯାଇଛି । ଆଜି ରାତି ୧୨ଟାରୁ ଆସନ୍ତାକାଲି ଦିନ ୧୨ଟା ଯାଏଁ ଏହି ନିୟମ କଡାକଡି ଭାବେ ପାଳନ କରାଯିବ ।

Leave A Reply

Your email address will not be published.