ବାତ୍ୟା ଯୋଗୁଁ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଏକ ବଡ ଧରଣର ବ୍ରେକ ଲାଗିଛି ବୋଲି କୁହାଯାଇପାରିବ । ପାଖାପାଖି ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଅଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୭୭୪ ରହିଥିବାବେଳେ ୨୯୬୨ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଓ ଲୋକସଂପର୍କ ବିଭାଗ ଜଣାଇଛି । ଆଜି ଅନୁଗୁଳରୁ ୭୮୮, ବାଲେଶ୍ୱରରୁ ୭୧, ବରଗଡରୁ ୪୦୫, ଭଦ୍ରକରୁ ୨୦୬, ବଲାଙ୍ଗୀରରୁ ୧୪୪, ବୌଦ୍ଧରୁ ୨୬୨, କଟକରୁ ୩୬୨, ଦେବଗଡ଼ରୁ ୬୪, ଢେଙ୍କାନାଳରୁ ୧୭୮, ଗଜପତିରୁ ୮୦, ଗଞ୍ଜାମରୁ ୧୬୬, ଜଗତସିଂହପୁରରୁ ୧୦୬, ଯାଜପୁରରୁ ୩୭୪, ଝାରସୁଗୁଡ଼ାରୁ ୧୨୦, କଳାହାଣ୍ଡିରୁ ୨୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ ୮୫, କେନ୍ଦ୍ରାପଡାରୁ ୨୪, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୫୧୭, କୋରାପୁଟରୁ ୨୧୯, ମାଲକାନଗିରିରୁ ୯୮, ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୨୮୨, ନୟାଗଡ଼ରୁ ୨୦୭,  ନୂଆପଡାରୁ ୪୮, ପୁରୀରୁ ୨୬୫, ରାୟଗଡ଼ାରୁ ୧୨୩, ସମ୍ବଲପୁରରୁ ୩୦୯, ସୋନପୁରରୁ ୮୨, ସୁନ୍ଦରଗଡରୁ ୭୨୦ ଓ ଷ୍ଟେଟ ପୁଲରୁ ୧୦୨ ଜଣ ନୂଆ ସଂକ୍ରମିତ ରହିଛନ୍ତି । ଆଜିର ନୂଆ ମାମଲାକୁ ମିଶାଇ କରୋନା ପଜିଟିଭଙ୍କ ସଂଖ୍ୟା ୭୩୨୭୩୯କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୬୨୩୬୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୦୬୪୪୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେପଟେ ରାଜ୍ୟରେ ଏଯାବତ ୧୧୫୫୨୯୮୫ କରୋନା ନମୁନା ଯାଞ୍ଚ ହୋଇଛି ।

Leave A Reply

Your email address will not be published.