ଓଡିଶାକୁ ୬୪୧.୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା

ସାମୁଦ୍ରିକ ଝଡ ୟାସ୍ ମୁକାବିଲା ଲାଗି ଓଡିଶାକୁ ପ୍ରଥମ କିସ୍ତିରେ ୬୪୧.୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, ସାମୁଦ୍ରିକ ବାତ୍ୟା ୟାସ୍ ଦ୍ୱାରା ଓଡ଼ିଶାରେ ଉଭୟ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଜୀଙ୍କ ପରାମର୍ଶ କ୍ରମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଜୀ ଓଡ଼ିଶାକୁ ମଇ ୧ ରେ ଏସଡ଼ିଆରଏଫ ପାଣ୍ଠିରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଅଗ୍ରୀମ ୬୪୧.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଜୀବନଜୀବିକା ଓ ଅର୍ଥନୀତି ଉପରେ ସାମୁଦ୍ରିକ ବାତ୍ୟା ୟାସର ପ୍ରଭାବ ପରିପ୍ରେକ୍ଷୀରେ ମୁଁ ଦୃଢ଼ ବିଶ୍ୱାସ ଯେ ଓଡ଼ିଶା ସରକାର ବାତ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ରିଲିଫ, ଉଦ୍ଧାର, ପୁନରୁଦ୍ଧାର ଓ ଆନୁଷଙ୍ଗିକ ସହାୟତା ପାଇଁ ଏହି ପାଣ୍ଠିର ସୁଦୂପଯୋଗ କରିବେ ବୋଲି ସେ ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସରକାର ଓଡ଼ିଶାବାସୀଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ଆର୍ଥିକ ସହାୟତା ଓଡ଼ିଶା ସରକାରଙ୍କୁ ବାତ୍ୟାର ପରବର୍ତ୍ତୀ ସମୟରେ ଜୀବନଜୀବିକାକୁ ପୁନରୁଦ୍ଧାର କରିବାରେ ସହଯୋଗ କରିବ ବୋଲି ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ, ୟାସ୍ ବାତ୍ୟା ପୂର୍ବରୁ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟାମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ବାତ୍ୟାର କ୍ଷୟକ୍ଷତି ଓ ପ୍ରଭାବ ସମ୍ପର୍କରେ ସମୀକ୍ଷା କରି ସହଯୋଗର ଆଶ୍ବାସନା ଦେଇଥିଲେ । 

Leave A Reply

Your email address will not be published.