ଆସନ୍ତାକାଲି ବୈଦେଶିକ ମନ୍ତ୍ରୀଙ୍କର ଶେଷ ହେବ ଆମେରିକା ଗସ୍ତ

ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ୱାଶିଂଟନ୍ ଡିସିରେ ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସମେତ ବିଡେନ ପ୍ରଶାସନର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୱାଶିଂଟନ୍ ଡିସିରେ ତିନି ଦିନ ରହିବା ସମୟରେ ଜୟଶଙ୍କର ବିଡେନ୍ ପ୍ରଶାସନର ଅନ୍ୟ ପ୍ରମୁଖ ସଦସ୍ୟଙ୍କ ସହ ତାଙ୍କର ଆମେରିକୀୟ ପ୍ରତିପକ୍ଷ, ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନଙ୍କୁ ମଧ୍ୟ ଭେଟିଥିଲେ । ଜାତୀୟ ଗଣମାଧ୍ୟମ ତଥ୍ୟାନୁସାରେ, ଜୋ ବିଡେନଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ ୧୦୦ ଦିନରେ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ଉପରେ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ଏହି ଆଲୋଚନା ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଅବଶିଷ୍ଟ କାର‌୍ୟ୍ୟକାଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବ। ତେବେ ଇସ୍ରାଏଲ୍-ପାଲେଷ୍ଟାଇନ ବିବାଦ ପରେ ଶାନ୍ତି ପ୍ରକ୍ରିୟା ଜାରି ରଖିବା ପାଇଁ ଆମେରିକାର ବୈଦେଶିକ ସଚିବ ମଧ୍ୟ ପୂର୍ବରେ ଯାତ୍ରା କରୁଥିବାରୁ ବ୍ଲିଙ୍କେନ୍ ଏବଂ ଜୟଶଙ୍କରଙ୍କ ମଧ୍ୟରେ ଏକ ବୈଠକର ସମୟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। “ସଚିବ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି, ମାର୍ଚ୍ଚରେ ଦୁହେଁ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆଲୋଚନା ଜାରି ରଖିବେ ଏବଂ ଆମର ଦୁଇ ଦେଶ ମଧ୍ୟରେ ଦୃଢ ଦ୍ୱିପାକ୍ଷିକ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ଜାରି ରହିବ । ଆଲୋଚନା ପାଇଁ ତାଙ୍କୁ ଆୟୋଜନ କରୁଛି ବୋଲି ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.