ମେହୁଲ ଚୋକସିଙ୍କ ଜାମିନ୍ ଆବେଦନ ଖାରଜ

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀର ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବଡ ଝଟକା ଲାଗିଛି । ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ନିକଟରେ ଆଣ୍ଟିଗୁଆରୁ ନିଖୋଜ ହୋଇଥିବା ଚୋକସି ଡୋମିନିକାରୁ ଧରାପଡ଼ିଥିଲା । ବେଆଇନ୍ ଭାବରେ ପ୍ରବେଶ ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଗତକାଲି ମାମାଲର ଶୁଣାଣି ଥିଲା । ଚୋକସିକୁ ଜାମିନ ଦେବାକୁ ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟ ଖାରଜ କରି ଦେଇଛନ୍ତି । ଚୋକସିଙ୍କ ଓକିଲ୍ ବିଜୟ ଅଗ୍ରଓ୍ୱାଲ କହିଛନ୍ତି, ଜାମିନ ପାଇଁ ସେମାନେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଗତକାଲି ଶୁଣାଣି ବେଳେ ମେହୁଲ୍ ଚୋକସି ହ୍ୱିଲ୍ ଚେୟାରରେ ବସି ହାଜର ହୋଇଥିଲା । ଡୋମିନିକାରୁ ଗିରଫ ପରେ ଚୋକସୀକୁ ଭାରତ ପ୍ରତ୍ୟାର୍ପଣ ନେଇ ଦାବି କରିଛି । ଏଦିଗରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଆବଶ୍ୟକ କାଗଜପତ୍ର ବି ଡୋମିନିକା ସରକାରଙ୍କୁ ପ୍ରଦାନ କରାଯାଇଛି । ସିବିଆଇର ଏକ ଟିମ୍ ଡୋମିନିକା ଯାଇଛି । ଗତକାଲି ଶୁଣାଣି ବେଳେ ଡୋମିନିକା ସରକାର ମେହୁଲ ଚୋକସିକୁ ଭାରତକୁ ହସ୍ତାନ୍ତର କରାଯିବା ଦରକାର ବୋଲି କୋର୍ଟଙ୍କୁ କହିଥିଲେ ।

Leave A Reply

Your email address will not be published.