ମେ ମାସକରେ କରୋନା ସଂକ୍ରମିତ ୧୭ ଜଣ ପାଇଲଟଙ୍କ ମୃତ୍ୟୁ

ଗତ ମେ ମାସରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିଷ୍ଟାରା ବିମାନର ସମୁଦାୟ ୧୭ ପାଇଲଟ କରୋନା ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି । ବିମାନ ଚଳାଚଳ ସୂତ୍ର ଅନୁଯାୟୀ, ଇଣ୍ଡିଗୋର ୧୦ ପାଇଲଟ ଏବଂ ଭିଷ୍ଟାରାର ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏୟାର ଇଣ୍ଡିଆ ଅନୁଯାୟୀ ଏହାର ପାଞ୍ଚଜଣ ବରିଷ୍ଠ ପାଇଲଟ କରୋନାରେ ମୃତ୍ୟୁ ହୋଇଛି । ଏଥିମଧ୍ୟରେ କ୍ୟାପଟେନ ହର୍ଷ ତିୱାରୀ, କ୍ୟାପଟେନ ଜିପିଏସ୍ ଗିଲ, କ୍ୟାପଟେନ ପ୍ରସାଦ କର୍ମାକର, କ୍ୟାପଟେନ ସନ୍ଦୀପ ରାଣା ଏବଂ କ୍ୟାପଟେନ ଅମିତେଶ ପ୍ରସାଦ ଅଛନ୍ତି। ଇଣ୍ଡିଗୋ କହିଛି ଯେ ସମୁଦାୟ ୩୫,୦୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨୦ ହଜାର କର୍ମଚାରୀଙ୍କୁ ଟୀକାକରଣର ପ୍ରଥମ ମାତ୍ରା ଦିଆଯାଇଛି। ମହାମାରୀର ପ୍ରଥମ ଲହରରେ କେବଳ ଅଳ୍ପ କିଛି ଇଣ୍ଡିଗୋ ପାଇଲଟ୍ ସଂକ୍ରମିତ ହୋଇଥିବାବେଳେ ଦ୍ୱିତୀୟ ଲହରରେ ପ୍ରାୟ ୪୫୦ ପାଇଲଟ୍ ଅସୁସ୍ଥ ହୋଇପଡିଥିଲେ। ଭିଷ୍ଟାରା ଓ ଏୟାର ଏସିଆ ଇଣ୍ଡିଆ ପରି ବେସରକାରୀ ବିମାନ ସେବା ବର୍ତ୍ତମାନ ପର‌୍ୟ୍ୟନ୍ତ ସେମାନଙ୍କର କର୍ମଚାରୀଙ୍କ ଯଥାକ୍ରମେ ୯୯ ଓ ୯୬ ପ୍ରତିଶତ ଟିକା ପ୍ରଦାନ କରିଛନ୍ତି। ଏହି ସମୟରେ, ଟିକା ଉପଲବ୍ଧ ନହେବା କାରଣରୁ ବିଳମ୍ବ ହେବା ପରେ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କ ପ୍ରତିରୋପଣ ଆରମ୍ଭ କରିଛି।

Leave A Reply

Your email address will not be published.