ଦିଲ୍ଲୀରେ ଲାଗୁହେଲା ନୂଆ ନିୟମ

କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଦିଲ୍ଲୀରେ ନୂଆ ନିୟମ ଅନୁସାରେ ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀରେ ଲକ୍‌ଡ଼ାଉନ୍ ଆସନ୍ତା ସୋମବାର ସରିବାକୁ ଥିବା ବେଳେ ଏହାକୁ ନେଇ ଦିଲ୍ଲୀ ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଏକ ବଡ଼ ଘୋଷଣା କରିଛନ୍ତି । ଯାହାଫଳରେ ଦିଲ୍ଲୀରେ ଅଡ଼୍‌-ଇଭିନ୍ ଫର୍ମୁଲାରେ କଟକଣା କୋହଳ କରାଯିବ । ଏହି ନିୟମ ଅନୁସାରେ ଦିଲ୍ଲୀରେ ବଜାର,ମଲ୍ ଖୋଲା ରହିବ ଏବଂ  ଦିନ ୧୦ ଟାରୁ ରାତି ୮ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହା ସହ ଗଳି କନ୍ଦିରେ ଥିବା ଦୋକାନ ,ଗୋଟି ଗୋଟିକିଆ ଥିବା ଦୋକାନ ସବୁଦିନ ଖୋଲାରହିବ । ଦିଲ୍ଲୀରେ ସଂକ୍ରମଣ ନିୟନ୍ତ୍ରଣ ଥିବାରୁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଗୋଟିଏ ପଟେ କରୋନା କଟକଣା ଓ ଅନ୍ୟ ପଟେ ବେରୋଜଗାର ରାଜ୍ୟବାସୀଙ୍କ ପାଇଁ ଏକ ପ୍ରକାର ସମସ୍ୟା ପାଲଟିଯାଇଛି । ଯାହାଫଳରେ ଏହି ଘଡ଼ିସନ୍ଧି ସମୟରେ ପରିବାର ପୋଷଣ କରିବା ବହୁତ କଷ୍ଟକର ହୋଇପଡ଼ିଛି । କିନ୍ତୁ ଏହି କରୋନା ସଂକ୍ରମଣ ଏତେ ମାତ୍ରାରେ ବ୍ୟାପିଯାଇଛି ଯେ କିଏ କାହାର ପରିବାର ଲୋକଙ୍କୁ ହରାଇଲାଣି ତ କିଏ ଅତି ନିଜର ଲୋକଙ୍କୁ ହରାଇ ଦୁଃଖରେ ରହୁଛି ।

Leave A Reply

Your email address will not be published.