ଟ୍ୱିଟରର ଆଉ ଏକ ବଡ଼ ନିଷ୍ପତି

ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ୱିଟର ପକ୍ଷରୁ ବ୍ଲୁ ଟିକ୍ ହଟାଇଯାଇଥିବା ବେଳେ ଏବେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି । ଏହି ଘଟଣାକୁ ନେଇ ଟ୍ୱିଟର ଇଣ୍ଡିଆ ସଫେଇ ଦେଇଛି ଯେ, ଆକାଉଣ୍ଟକୁ ଦୀର୍ଘ ଦିନ ଧରି ଲଗଇନ୍ କରାଯାଇ ନାହିଁ । ତେଣୁ ବ୍ଲୁ ଟିକ୍ ହଟିଯାଇଥିଲା । ଟ୍ୱିଟରର ନିୟମ ଅନୁସାରେ, ଯଦି ୟୁଜର ନିଜର ଟ୍ୱିଟଲ ହ୍ୟାଣ୍ଡେଲ ନାଁ ପରିବର୍ତ୍ତନ କରେ କିମ୍ବା ଯେଉଁ ଆଧାରରେ ଭେରିଫାଏ ହୋଇଥିଲେ ସେହି ସର୍ତ୍ତକୁ ନମାନେ ତେବେ ବ୍ଲୁ ଟିକ୍ ହଟାଇ ଦିଆଯାଇଥାଏ । ସେହିପରି ଟ୍ବିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଥିଲା । ଉପରାଷ୍ଟ୍ରପତିଙ୍କ କାର‌୍ୟ୍ୟାଳୟ ଏ ବିଷୟରେ ସୂଚନା ଦେଇଥିଲା। ସୂଚନାଯୋଗ୍ୟ ଯେ, ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକର ଅର୍ଥ ଯାଞ୍ଚ ହୋଇଥିବା ଆକାଉଣ୍ଟ ଭାବରେ ବିବେଚନା କରାଯାଏ । ପରେ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ହ୍ୟାଣ୍ଡେଲର ବ୍ଲୁ ଟିକ୍ ଟ୍ୱିଟର ପୁନଃସ୍ଥାପିତ କରିଛି। ଜୁଲାଇ ୨୦୨୦ ଠାରୁ ଆକାଉଣ୍ଟ ନିଷ୍କ୍ରିୟ ହୋଇଥିବାରୁ ଟ୍ୱିଟର ଅନୁଯାୟୀ ବ୍ଲୁ ଟିକ୍ ହଟାଯାଇଥିଲା। ଯଦି ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଏ କିମ୍ବା ଅସମ୍ପୂର୍ଣ୍ଣ ହୁଏ ତେବେ ଟ୍ୱିଟର ବ୍ଲୁ ଟିକ୍ ଯାଞ୍ଚ ହୋଇଥିବା ବ୍ୟାଜ୍ ଓ ଯାଞ୍ଚ ସ୍ଥିତିକୁ ହଟାଇପାରେ।

057 code kasam
Leave A Reply

Your email address will not be published.