ଦିଲ୍ଲୀରେ “ଯେଉଁଠି ଭୋଟ ସେଠି ଭ୍ୟାକ୍ସିନ”ଯୋଜନା ଆରମ୍ଭ

ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ କାଳରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର କହିଛନ୍ତି ଯଦି କେନ୍ଦ୍ର ସରକାରଙ୍କ ପଟୁ ଲଗାତାର କରୋନା ଟିକା ମିଳୁଛି ତେବେ ଗୋଟିଏ ମାସରେ ୪୫ ବର୍ଷରୁ ଅଧିକ ବୟସ୍ମ ଲୋକଙ୍କୁ ଟିକାକରଣ କରାଯିବ । ୪୫ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଟିକାକରଣ କେନ୍ଦ୍ରକୁ କମ୍ ପରିମାଣ ରେ ଆସୁଛନ୍ତି ତେଣୁ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ଟିକାକରଣ କରିବେ । ଯାହାଫଳରେ ଅଧିକରୁ ଅଧିକ ଟିକାକରଣ କରାଯାଇପାରିବ । ଏହାଛଡ଼ା ଟିକାକରଣ କେନ୍ଦ୍ରରେ ମଧ୍ୟ ଅନେକ ବ୍ୟବସ୍ଥାମାନ କରାଯିବ ।  ଅରବିନ୍ଦ କେଜରିୱାଲଙ୍କ କହିବା ମୁତାବିକ୍‌, ଆରମ୍ଭରୁ ୭୦ ୱାର୍ଡ଼ ଭିତରେ ଏହି ଅଭିଯାନ ଆରମ୍ଭ ହେବ ଯାହାଫଳରେ ୪ ସପ୍ତାହ ମଧ୍ୟରେ ୪୫ ବର୍ଷ ବୟସ୍କ ଲୋକଙ୍କ ଘରକୁ ଘର ଯାଇ ଟିକାକରଣ ସମ୍ପର୍କରେ ବୁଝାଯିବ । ଯଦି କୌଣସି ବ୍ୟକ୍ତି ନେଇନଥିବେ ତେବେ ସେମାନଙ୍କୁ ଟିକାକରଣ ପାଇଁ ସ୍ଲଟ୍ ଦିଆଯିବ । ୫୭ ଲକ୍ଷ ଲୋକ ୪୫ବର୍ଷରୁ ଅଧିକ ବୟସ୍କ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୭ ଲକ୍ଷ ଲୋକ କରୋନା ର ପ୍ରଥମ ଡ଼ୋଜ୍ ଟିକା ନେଇଛନ୍ତି ଏବଂ ବାକି ୩୦ ଲକ୍ଷ ଲୋକ ଏହି ମାସରେ ଲଗାଇବାର ଅଛି ଏବଂ ଯେଉଁ ଲୋକମାନେ ଟିକା ନେବାକୁ ଇଚ୍ଛା ପ୍ରକାଶ କରନ୍ତି ସେମାନଙ୍କୁ ଆସିବା ପାଇଁ ଇ-ରିକ୍ସାର ୍ରବ୍ୟବସ୍ଥା କରାଯିବ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ଦୁଇ ଦିନ ମତଦାନ ବୁଥ୍ ଅଧିକାରୀମାନେ ନିଜ ନିଜ ବୁଥ୍ ହାଉସକୁ ଯିବେ, ଆସନ୍ତା ଦୁଇ ଦିନ ପାଇଁ ସ୍ଲଟ୍ ଦେବା ପରେ ଆସିବେ ଯାହାଫଳରେ ସମସ୍ତେ ଟିକା ପାଇବେ। ଏହି ପ୍ରକ୍ରିୟା ପ୍ରତ୍ୟେକ ସପ୍ତାହରେ ଜାରି ରହିବ । ସମସ୍ତ ଲୋକଙ୍କୁ ଚାରି ସପ୍ତାହ ମଧ୍ୟରେ ଆବଦ୍ଧ କରାଯିବ, ଯାହାଫଳରେ ଯେଉଁମାନେ ଟୀକାକରଣ କରିବାକୁ ଚାହୁଁଛ… ସେମାନଙ୍କ କୌଣସି ଅସୁବିଧାର ହେବେ ନାହିଁ । 

Leave A Reply

Your email address will not be published.