ଭୁବନେଶ୍ବରରେ ଆଜିଠାରୁ ଦ୍ବିତୀୟ ଡୋଜ ଟିକାକରଣ

ଭୁବନେଶ୍ବରରେ ଆଜିଠାରୁ ଦ୍ବିତୀୟ ଡୋଜ ଟିକା ଦିଆଯାଉଛି । ଟିକାକରଣକୁ ବ୍ୟାପକ କରିବା ପାଇଁ ଡ୍ୟୁ ଡେଟ ଆଧାରରେ ଯୁବବର୍ଗଙ୍କୁ ଟିକାକରଣ କରାଯାଉଛି। ପ୍ରଥମଡୋଜ ନେଇ ସାରିଥିବା୧୮- ୪୪ ବର୍ଷୀୟ ଏହି ଟିକା ପାଇଁ ଯାଇପାରିବେ । ପ୍ରଥମ ଡୋଜର ଟିକାକରଣ ସାର୍ଟିଫିକେଟ ଦେଖାଇ ସମାନ ଟିକାକରଣ କେନ୍ଦ୍ରରେ ଦ୍ବିତୀୟ ଡୋଜ ଟିକା ନେଇପାରିବେ । ଅନଲାଇନ ସ୍ଲଟ ବୁକିଂ କରିନଥିଲେ ମଧ୍ୟ ଟିକା ମିଳିପାରିବ ।   ଟିକା ନେବା ପାଇଁ ଟିକାକରଣ କେନ୍ଦ୍ର କିମ୍ବା ଡାଇଭ ଇନ୍ ଭ୍ୟାକ୍ସିନେସନ ମାଧ୍ୟମରେ ଯୁବବର୍ଗ ତୃତୀୟ ପର୍ଯ୍ୟାୟରେ ଟିକା ନେଇପାରିବେ । ସାମ୍ବାଦିକମାନଙ୍କ ପାଇଁ ଟିକାକରଣ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି କୋଭିଡ୍ ଟିକାକରଣର ନୂତନ ସ୍ଲଟ୍ ପାଇଁ ବୁକିଂ ଆଜି ସନ୍ଧ୍ୟା ୭ରେ ଖୋଲିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନୁଯାୟୀ, ଭୁବନେଶ୍ୱରର ସମସ୍ତ ସାତୋଟି ଡ୍ରାଇଭ୍ ସ୍ଥାନରେ ୧୮-୪୪ ବୟସ ବର୍ଗ (ପ୍ରଥମ ଡୋଜ୍) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ (ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍) ପାଇଁ ନୂତନ ସ୍ଲଟ୍ ଖୋଲିବ। ସେପଟେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ ବର୍ଗର ଦ୍ୱିତୀୟ ଡୋଜ୍ ପାଇଁ ସନ୍ଧ୍ୟା ଅନ୍ୟ କେନ୍ଦ୍ରଗୁଡ଼ିକରେ ସ୍ଲଟ୍ ଉପଲବ୍ଧ ରହିବ। ଆଗ୍ରହୀ ବ୍ୟକ୍ତିମାନେ http://selfregistration.cowin.gov.in ଲିଙ୍କ୍ ପରିଦର୍ଶନ କରି ଟିକାକରଣ ପାଇଁ ସ୍ଲଟ୍ ବୁକ୍ କରିପାରିବେ | ସମସ୍ତ ଟିକାକରଣ କେନ୍ଦ୍ରରେ ପ୍ରଥମ ଡୋଜ୍ ସକାଳ ୯ରୁ  ଅପରାହ୍ନ୧ ଓ ଦ୍ୱିତୀୟ ଡୋଜ୍ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦିଆଯିବ। ସିଟି ମ୍ୟୁନିସିପାଲିଟି କର୍ପୋରେସନ ହିତାଧିକାରୀମାନଙ୍କୁ ନିଯୁକ୍ତି ସ୍ଲିପ ସହିତ ଟିକାକରଣ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.