ଶାଳୀର ତଣ୍ଟିକୁ କାଟି ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ

ଘରୋଇ କଳିରେ ଶାଳୀର ତଣ୍ଟିକୁ କାଟି ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା ଅଭିଯୁକ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ । ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ଜଣକ ହେଉଛି ରୂପ ସିଂ ସିଦ୍ଧୁ । ସୁଚନାଅନୁସାରେ ଗତକାଲି ଶାଶୁ ଫୁଲମଣି ହସା ଓ ଶାଳୀ ମରିୟମ ହସା ସହିତ ରୂପ ସିଂ ଜଙ୍ଗଲକୁ ଛତୁ ଓ କୁରକୁଟି ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ କୌଣସି କାରଣରୁ ଶାଳୀ ମରିୟମ ସହିତ ଝଗଡା ଉଗ୍ରରୂପ ନେଇଥିଲା ଯାହାଫଳରେ ଏଥିରେ ଅତ୍ୟନ୍ତ ରାଗିଯାଇ ଶାଳୀକୁ କୁରାଢ଼ିରେ ହାଣି ହତ୍ୟା କରି ଖାଇରେ ୨୦୦ ଫୁଟ ତଳକୁ ଫୋପାଡ଼ି ଦେବା ସହ ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କରିଥିଲା। କିନ୍ତୁ କୌଶଳ କ୍ରମେ ଶାଶୁ ଫୁଲମଣି ଖସି ଆସି ଝାଡ଼ଖଣ୍ଡ ରାଜ୍ୟର କିରିବୁର ଥାନାରେ ଖବର ଦେଇଥିଲେ। କିରିବୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି କେନ୍ଦୁଝର ଜିଲ୍ଲାର ବଲାଣି ଥାନାକୁ ଖବର ଦେଇଥିଲେ । କିନ୍ତୁ ଏପରି ଘଟଣା ଘଟାଇବା ପରେ ହତ୍ୟାକାରୀ ରୂପ ସିଂ ସିଦ୍ଧୁ ବର୍ତ୍ତମାନ ଯାଏ ଫେରାର ଅଛି ।

057 code kasam
Leave A Reply

Your email address will not be published.