କୋଭିଡ ହସ୍ପିଟାଲରେ ରୋଗୀଙ୍କ ସୁନା ଅଳଙ୍କାର ପିନ୍ଧିବାକୁ ମନା

କରୋନା ରୋଗୀଙ୍କୁ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା କୋଭିଡ ହସ୍ପିଟାଲରେ ଚିକିତ୍ସା ସମୟରେ ସୁନା ଅଳଙ୍କାର ପିନ୍ଧିବାକୁ ଦିଆଯିବ ନାହିଁ ବୋଲି ମେଡିକାଲ ପକ୍ଷରୁ ନିଷ୍ପତ୍ତି ହୋଇଛି । ସମ୍ପ୍ରତି ଏହି ସଂପର୍କରେ ଅନେକ ଅଭିଯୋଗ ସାମ୍ନାକୁ ଆସିଥିବାରୁ ସ୍ୱାସ୍ଥ୍ୟସେବାରେ ସୁନା ଅଳଙ୍କାର ଚୋରିକୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଛି। କରୋନା ରୋଗୀ ପିନ୍ଧିଥିବା ସୁନା ଅଳଙ୍କାରଗୁଡିକ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ। ତେବେ ରୋଗୀଙ୍କୁ ମୋବାଇଲ୍ ଫୋନ୍ ବହନ କରିବାକୁ ଅନୁମତି ଦିଆଯିବ।

Leave A Reply

Your email address will not be published.