ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି ପ୍ରଥମ ଓଡିଆ ଡକ୍ୟୁମେଣ୍ଟାରୀ ‘ମାଉଣ୍ଟେନ୍ ହକି’

ଓଡିଶାର ହକି ପ୍ରେମୀଙ୍କୁ ଏକ ଖୁସି ଖବରରେ ଶୁକ୍ରବାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ପ୍ରଥମ ଓଡିଆ ଡକ୍ୟୁମେଣ୍ଟାରୀ ‘ମାଉଣ୍ଟେନ୍ ହକି’ ରିଲିଜ ହୋଇଛି। ଡକ୍ୟୁମେଣ୍ଟାରୀଟି ଏକ ନିସ୍ୱାର୍ଥପର ହକି ପ୍ରଶିକ୍ଷକ ରାଜେନ୍ଦ୍ର କୁଜୁରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ। ଯିଏ ସୁନ୍ଦରଗଡ ଜିଲ୍ଲାର ଆମଲିଖାମନର ଏକ ଦୂର ଗ୍ରାମରେ ଗରିବ ଆଦିବାସୀ ଝିଅମାନଙ୍କୁ ଖେଳ ଶିକ୍ଷା ଦେବାରେ ଅନେକ ସଂଘର୍ଷ ଓ ବିରୋଧ ଦେଇ ଗତି କରିଛନ୍ତି । ଏହି ଗାଁରେ ପୁରା ଡକ୍ୟୁମେଣ୍ଟାରୀଟି ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ରର ମିଳିତ ନିର୍ଦ୍ଦେଶନା ଦେଇଥିବା ଦେବାଶିଷ ମହାପାତ୍ର ଓ ଅବିନାଶ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ହକି ବିଶ୍ୱକପ ୨୦୧୮ର ସଫଳ ଆୟୋଜନ ସମୟରେ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବାର ଇଚ୍ଛା ମନକୁ ଆସିଥିଲା । ପରେ କୋଚ୍ କୁଜୁରଙ୍କ ହୃଦୟ ବିଦାରକ ଓ ପ୍ରେରଣାଦାୟକ କାହାଣୀ ବିଷୟରେ ଜାଣିବାକୁ ପାଇଲେ ଯାହା ସେମାନେ ନିଜ ଡକ୍ୟୁମେଣ୍ଟାରୀରେ ଚିତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସମସ୍ତ ଓଡିଆଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ଯେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଓଡିଆ ଭାଷାରେ ଏକ ଡକ୍ୟୁମେଣ୍ଟାରୀ ମୁକ୍ତିଲାଭ କରିଛି। ମୁଁ ରାଜ୍ୟର ସମସ୍ତ ଲୋକଙ୍କୁ ଏହି ଫିଲ୍ମ ଦେଖିବା ଓ ସମର୍ଥନ କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି।

Leave A Reply

Your email address will not be published.