ଦିଲ୍ଲୀ ନୋଏଡାରେ ଅଭାବନୀୟ ଘଟଣା

ଦିଲ୍ଲୀ ନୋଏଡାର ଗୌତମ ବୁଦ୍ଧ ନଗର ସ୍ଥିତ ମଙ୍ଗେଲ ଅଚଂଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଅଚଂଳରେ ରହୁଥିବା ଜଣେ ମହିଳା ରାତିରେ ନିଜ ଘରେ ଶୋଇଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି । ସୂଚନାଅନୁସାରେ ମହିଳା ଜଣକ ଘରେ ଶୋଇଥିଲେ ହେଲେ ତାଙ୍କ ସ୍ୱାମୀ ଛାତ ଉପରେ ଶୋଇଥିଲେ । କିନ୍ତୁ ପତ୍ନୀ ଜଣକ ଘରର କବାଟ ଖୋଲା କରି ଶୋଇଥିଲେ କାରଣ ସେ ଭାବିଥିଲେ ରାତିରେ ତାଙ୍କ ସ୍ୱାମୀ ଘରକୁ ଆସି ଶୋଇବେ । ହେଲେ ଏହି ସମୟରେ ମହିଳା ଜଣଙ୍କ ଶୋଇଥିବା ଘରେ ପାଖ ପଡ଼ୋଶୀ ଘରର ଜଣେ ଯୁବକ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ପୋଲିସ୍ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚି ସେହି ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ମଧ୍ୟ ରୁଜୁ କରିଛି । ପୋଲିସ୍ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ମହିଳା ଜଣକ ନିଜ ପଡ଼ୋଶୀ ରିକୁ ନାମକ ଜଣେ ଯୁବକ ନାଁରେ ଆରୋପ ଲଗାଇଛନ୍ତି ଏହି ଆଧାରରେ ପୋଲିସ୍ ସେହି ଯୁବକକୁ ଗିରଫ କରିଛି । ପୋଲିସ୍ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ମହିଳାଙ୍କ ଘର କବାଟ ଖୋଲା ରହିଥିବା ଦେଖି ଯୁବକ ଜଣକ ଏହାର ଫାଇଦା ଉଠାଇଥିଲେ । ଯାହାଫଳରେ ଏପରି ଜଘନ୍ୟ କାଣ୍ଡ ଘଟାଇଥିଲେ   

Leave A Reply

Your email address will not be published.