ECMO ଚିକିତ୍ସା ପାଇଁ ଟେଣ୍ଡର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ରାଜ୍ୟରେ ଏବେ କରୋନା ଜଟିଳତା ବଢିବାରେ ଲାଗିଛି ଏବଂ ଏହାରି ମଧ୍ୟରେ ଗୁରୁତର କରୋନା ରୋଗୀଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକତା ପଡୁଛି । ହେଲେ ଆମ ରାଜ୍ୟରେ ଇକମୋ ଚିକିତ୍ସାର ବ୍ୟବସ୍ଥା ନଥିବାରୁ ଏହି ବ୍ୟୟ ବହୁଳ ଚିକିତ୍ସବା ପାଇଁ ରାଜ୍ୟ ବାସୀଙ୍କୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।  ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ୩-୪ ଜଣ ଗୁରୁତର କରୋନା ରୋଗୀଙ୍କୁ ଏହି ଚିକିତ୍ସାର ଆବଶ୍ୟକତା ପଡିଛି ଯାହାକୁ ନେଇ ସେମାନଙ୍କୁ ବାହାର ରାଜ୍ୟକୁ ଏୟାର ଆମ୍ବୁଲାନ୍ସ ଯୋଗେ ପଠାଯାଇଛି । ଏହାକୁ ନେଇ ଆଜି ଡିଏମଇଟି ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଇକମୋ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ । ଇସିଏମଓ ମେସିନ୍ ଆଣିବା ପାଇଁ ରାଜ୍ୟ ସରକାର ଟେଣ୍ଡରର ବ୍ୟବସ୍ଥା କରୁଥିବା ମଧ୍ୟ ସୂଚନା ଦେଇଛନ୍ତି ଡା. ସିବିକେ ମହାନ୍ତି ।  ଗୁରୁତର ଭାବରେ ଫୁସଫୁସ ସଂକ୍ରମିତ ହେେଲେ ଏହି ଚିକିତ୍ସାର ଆବଶ୍ୟକତା ପଡିଥାଏ । ଏହି ଚିକିତ୍ସା ପଦ୍ଧତିରେ ରୋଗୀ ଦେହରୁ ରକ୍ତ ବାହାରକୁ ଅଣାଯାଇ ଅକ୍ସିନାଇଜେସନ୍ କରାଯାଇ ପୁଣି ଶରୀର ଭିତରକୁ ଛଡାଯାଇଥାଏ ଯାହା ଦ୍ୱାରା ସାମୟିକ ଭାବରେ ଶରୀରରେ ଅକ୍ସିଜେନ୍ ଲେବଲକୁ ବାଲାନ୍ସ କରାଯାଇପାରେ । ପୂର୍ବରୁ ଏଭଳି ଚିକିତ୍ସା କେବଳ ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ ସମୟରେ ବ୍ୟବହାର କରାଯାଉଥିଲା । ବର୍ତମାନ କରୋନରେ ସଂକ୍ରମିତ ହେବା ପରେ ବହୁ ଆକ୍ରାନ୍ତଙ୍କ ଗୁରୁତର ଫୁସଫୁସ୍ ସଂକ୍ରମଣ ଦେଖାଦେଉଛି ଯାହାକୁ ନେଇ ଶେଷ ବିକଳ୍ପ ଭାବରେ ଏହି ଇକମୋ ଚିକିତ୍ସାର ଆବଶ୍ୟକତା ପଡୁଛି ।

Leave A Reply

Your email address will not be published.