ଦିଲ୍ଲୀରେ ରାଜନୀତି ସରଗରମ

ବିଜେପିରେ ସାମିଲ ହେବେ କଂଗ୍ରେସର ବରିଷ୍ଠ ନେତା ।  ଦେଶର ରାଜନୀତିରେ ଏକ ବଡ଼ ଘଟଣା ଘଟିବାକୁ ଯାଉଛି । ଆଜି କଂଗ୍ରେସର ଜଣେ ଟାଣୁଆ ନେତା ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ପଦ୍ମ ଧରିବେ । ଜିତିନ ପ୍ରସାଦ ଆଜି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ଦିନ ୧ଟାରେ ବିଜେପିରେ ଯୋଗ ଦେବେ । ଏକ ସୁତ୍ରରୁ ଜଣାପଡ଼ିଛି ଯେ, ବିଜେପିକୁ ଆସୁଥିବା ଏହି କଂଗେସ ନେତା ଉତ୍ତର ଭାରତର ଅଟନ୍ତି। ତେବେ ଏହି କଂଗ୍ରେସ ନେତାଙ୍କୁ ନେଇ ସୋସିଆଲ୍ ମିଡ଼ିଆରେ ଅନେକ ମତ ଦେବା ଆରମ୍ଭ କରିଦେଲେଣି । ଅଧିକାଂଶ ଲୋକ ଏହା ମଧ୍ୟ କହୁଛନ୍ତି ଯେ, ମନମୋହନ ସରକାରରେ ମନ୍ତ୍ରୀ ହୋଇ ଜଣେ ବ୍ରାହ୍ମଣ ନେତା ଆଜି ବିଜେପିରେ ସାମିଲ ହେଉଛନ୍ତି । ଯାହା ବିଜେପିର ମିଶନ ୟୁପି ୨୦୨୨କୁ ଦର୍ଶାଉଛି । ଅନେକ ଲୋକ ଏହା ମଧ୍ୟ କହୁଛନ୍ତି ବିଜେପି ଏକ ପ୍ରମୂଖଶାଳୀ ନେତାକୁ ଆଣି ଜନସାଧାରଣଙ୍କୁ ଏକ ବଡ଼ ବାର୍ତା ଦେବାକୁ ଯାଉଛି । ଯେଉଁ ନେତାଙ୍କୁ ବିଜେପି ଦଳରେ ସାମିଲ କରିବାକୁ ଯାଉଛି ତାଙ୍କୁ ରାହୁଲ ଗାନ୍ଧିଙ୍କ ନିକଟତର ଲୋକ ବୋଲି କୁହାଯାଏ ।  ଏହା ପୁର୍ବରୁ ରାହୁଲ ଗାନ୍ଧିଙ୍କ ସବୁଠାରୁ ଘନିଷ୍ଠ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହୋଇଥିଲେ । ସିନ୍ଧିଆଙ୍କ ସମର୍ଥକମାନେ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମିଶାଇବା ପାଇଁ ବହୁଦିନରୁ ଦାବି କରି ଆସୁଛନ୍ତି ।

Leave A Reply

Your email address will not be published.