ଘରୋଇ ହସ୍ପିଟାଲ ପାଇଁ ଟିକାର ଦର ଧାର୍ଯ୍ୟ କଲେ ସରକାର

ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଥିବାବେଳେ ଯଥାଶୀଘ୍ର ଶିଶୁମାନଙ୍କୁ ମଧ୍ୟ ଟିକା ଦେବା ପାଇଁ କେନ୍ଦ୍ରସରକାର ସମସ୍ତ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଛନ୍ତି । ବିଭିନ୍ନ ସ୍ଥାନରେ ଟିକାର ଅଭାବ ସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ମାଗଣାରେ ଟିକା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ଘରୋଇ ହସ୍ପିଟାଲରେ ଟିକାର ମୂଲ୍ୟ କେନ୍ଦ୍ରସରକାର ନିର୍ଦ୍ଧାରଣ କରିଛନ୍ତି ।ଘରୋଇ ହସ୍ପିଟାଲରେ କ୍କୋଭିସିଲ୍ଡର ଟିକାର ଦାମ ଡୋଜ ପିଛା ୭୮୦ ଟଙ୍କା ଧାର୍ଯ୍ୟ ହୋଇଛି । ଉତ୍ପାଦନ ଦର ୬୦୦ ଟଙ୍କା ଘୋଷଣା କରିଥିବାବେଳେ ୩୦ ଟଙ୍କା ଜିଏସଟି ଏବଂ ସର୍ଭିସ ଚାର୍ଜ ସର୍ବାଧିକ ୧୫୦ ଟଙ୍କ ଧାର୍ଯ୍ୟ କରାଯାଇଛି । ସେହିପରି କୋଭାକ୍ସିନର ମୂଲ୍ୟ ଡୋଜ ପ୍ରତି ଦର ୧୪୧୦ ରଖାଯାଇଛି । ଉତ୍ପାଦନ ଦର ୧୨ଶହ ଟଙ୍କା ଥିବାବେଳେ ଜିଏସଟି ୬୦ ଟଙ୍କା ରହିଛି । ସେହିପରି ଋଷ ଟିକା ସ୍ପୁଟନିକ୍-ଭିର ଦାମ ୧୧୪୫ ସ୍ଥିର କରାଯାଇଛି । ନିର୍ମାଣକାରୀ ସଂସ୍ଥା ୯୪୮ରେ ବିକ୍ରି ଦର ଧାର୍ଯ୍ୟ କରିଥିବାବେଳେ ଜିଏସଟି ୪୭ ଟଙ୍କା ସହ ଏହାର ହସ୍ପିଟାଲ ମୂଲ୍ୟ ୧୧୪୫ ଟଙ୍କା ରଖାଯାଇଛି। ଘରୋଇ ଡାକ୍ତରଖାନାଗୁଡିକ ଏହାଠାରୁ ଅଧିକ ମୂଲ୍ୟରେ ଟିକା ବିକ୍ରି କରିପାରିବେ ନାହିଁ ବୋଲି ନିୟମ କଡାକଡି କରାଯାଇଛି। ଘରୋଇ ଡାକ୍ତରଖାନା ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି। ଏହି ନିୟମକୁ କଡ଼ାକଡି ପାଳନ କରାଯିବ। ଯଦି କେହି ଏହାର ଉଲ୍ଲଘଂନ କରିଥାଏ ତେବେ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ରହିଛି।

Leave A Reply

Your email address will not be published.