ଦକ୍ଷିଣ ଆଫ୍ରିକାର ଜଣେ ଗର୍ଭବତୀ ମହିଳା ୧୦ ରୁ ଅଧିକ ସନ୍ତାନ ପ୍ରସବ

ଦକ୍ଷିଣ ଆଫ୍ରିକାର ଜଣେ ଗର୍ଭବତୀ ମହିଳା ୧୦ ରୁ ଅଧିକ ସନ୍ତାନ ପ୍ରସବ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରିଟୋରିଆରେ ରହୁଥିବା ଗୋସିୟମ୍ ଥାମାରା ସାଇଥୋଲ୍ ସାତଟି ପୁଅ ଓ ତିନି କନ୍ୟା ସନ୍ତାନଙ୍କୁ ଏକାକାଳୀନ ଜନ୍ମ କରିଥିବା ଦାବି କରିଛନ୍ତି। ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆର ଏକ ଡାକ୍ତରଖାନାରେ ଜୁନ୍ ୭ରେ ଗୋସିୟମ୍ ଥାମାରା ସିଥୋଲ୍ ୧୦ ଶିଶୁଙ୍କୁ ଜନ୍ମ ଦେଇଥିଲେ। ପୂର୍ବରୁ ଯାଆଁଳା ଶିଶୁଙ୍କ ମାତୃତ୍ବ ଲାଭ କରିଥିବା ସାଇଥୋଲ ୭ ପୁଅ ଓ ୩ ଝିଅ ଜନ୍ମ ଦେଇଛନ୍ତି। ଏହି ଘଟଣାରେ ମହିଳା ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଯେତେବେଳେ ଡାକ୍ତର ପ୍ରଥମେ ତାଙ୍କୁ ପରୀକ୍ଷା କରିଥିଲେ ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କର ୬ଟି ସନ୍ତାନ ଅଛନ୍ତି। ଗୋସିଆମ୍ ଥାମାରା ସାଇଥୋଲ୍ ଦାବି କରିଛନ୍ତି ଯେ ସେ ସ୍ୱାଭାବିକ ଭାବରେ ଗର୍ଭବତୀ ହୋଇଥିଲେ। କିନ୍ତୁ ଗର୍ଭଧାରଣ ତାଙ୍କ ପାଇଁ ସହଜ ନଥିଲା କାରଣ ତାଙ୍କୁ ଏହି ସମୟ ମଧ୍ୟରେ ଗୋଡରେ ଯନ୍ତ୍ରଣା ଭୋଗିବାକୁ ପଡୁଥିଲା। ତାଙ୍କୁ ହୃଦଘାତ ଭଳି ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଛି । ଏହି ସଫଳତା ଡାକ୍ତର କିମ୍ବା ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ୱାରା ନିଶ୍ଚିତ ହୋଇନାହିଁ। ଯଦି ଏହି ଦାବି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଅଧିକ ସନ୍ତାନ ପ୍ରାପ୍ତି ପାଇଁ ଏକ ବିଶ୍ୱ ରେକର୍ଡ ହେବ। ହାଲିମା ସିସେ ନାମକ ଜଣେ ମହିଳା ବର୍ତ୍ତମାନ ମେ ୨୦୨୧ରେ ନଅଟି ସନ୍ତାନ ଜନ୍ମ କରିବାର ରେକର୍ଡ ରଖିଛନ୍ତି। ମହିଳା ଜଣକ ମୋରୋକୋ ଡାକ୍ତରଖାନାରେ ନଅଟି ସନ୍ତାନ ଜନ୍ମ ଦେଇଥିଲେ ।

Leave A Reply

Your email address will not be published.