ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ । ଏନେଇ ଅନୁକୂଳ ପରିବେଶ ରହିଛି ଏବର୍ଷ ଆକଳନ ଅନୁସାରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷା ହେବ । ଆଗାମୀ ପାଞ୍ଚ ଦିନ ଅର୍ଥାତ ୧୪ ତାରିଖ ଯାଏ ବର୍ଷା ଲାଗି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ ବାୟୁ ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ର କିଛି ଅଞ୍ଚଳ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସକ୍ରିୟ ରହିବ । ଏହାର ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.